www.samajalive.in
Sunday, December 7, 2025
14.1 C
Bhubaneswar

ଆଦିବାସୀଙ୍କୁ ମିଳିଲା ସ୍ଥାୟୀ ଜମି ପଟ୍ଟା

ଗଡମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ବୁରୁସାହି ଆଦିବାସୀଙ୍କୁ ଆଜି ତାଙ୍କର ମୌଳିକ ଅଧିକାର ବସଗୃହ ପାଇଁ ସ୍ଥାୟୀ ଜମିପଟ୍ଟା ମିଳିଛି। ଏହି ବହୁ ପ୍ରତିକ୍ଷିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଧର୍ମଶାଳାର ବିଧାୟକ ଶ୍ରୀଯୁ୍କ୍ତ ପ୍ରଣବ ବଳବନ୍ତରାୟ ଯୋଗଦେଇ ଗରିବ ଆଦିବାସିଙ୍କୁ ଗୁଣ୍ଠିକିଆ ଜମିପଟ୍ଟା ପ୍ରଦାନ କରିଥିଲେ। ବହୁ ଦିନର ଦାବି, ସମାଜିକ ଅନୁଷ୍ଠାନ ମାନଙ୍କର ଆନ୍ଦୋଳନ, ଗଣମାଧ୍ୟର ପ୍ରଚେଷ୍ଟା ଓ ପ୍ରଶାସନର ଆନ୍ତରିକାତା ପାଇଁ ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଗାଁର ଆଦିବାସୀ ଲୋକମାନଙ୍କୁ ଗୁଣ୍ଠିକିଆ ପଟ୍ଟା ମିଳିଛି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ତତ୍ପରତା ପାଇଁ ଏହି ଲୋକମାନେ ସ୍ୱଳ୍ପ ସମୟ ମଧ୍ୟରେ ପଟ୍ଟା ପାଇବାର ସୌଭାଗ୍ୟ ଲାଭ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ଗାଁରେ ପାଖାପାଖି ୩୦ରୁ ଅଧିକ ପାରିବାର ରହି ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପାଇବା ପଇଁ ଜମି ପଟ୍ଟା ଖଣ୍ଡିଏ ପାଖରେ ନଥିଲା। ଅନେକ ସମସ୍ୟା ଭିତରେ ବାସ କରୁଥିଲେ ମଧ୍ୟ ଏମାନଙ୍କର ସ୍ୱର ପ୍ରଶାସନର ନିକଟରେ ପହଞ୍ଚି ପାରୁ ନଥିଲା। ତେବେ ଏନେଇ ପ୍ରଥମେ ‘ସମାଜ ପୋର୍ଟାଲ୍‌’ରେ ଖବର ପ୍ରକାଶ ପାଇବା ପରେ ସଚେତନ ନାଗରିକ ମଞ୍ଚର ସଭାପତି ସରୋଜ କୁମାର ବେହେରାଙ୍କ ପ୍ରଚେଷ୍ଟାରେ ବିଭିନ୍ନ ସମୟରେ ନୀରବ ପ୍ରତିବାଦ କରାଯିବା ସହିତ ସେମାନଙ୍କ ଦାବିକୁ ଜିଲାପାଳଙ୍କ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିଥିଲା। ଗତ ଏକ ବର୍ଷ ପୂର୍ବରୁ ଜିଲାପାଳ ଏଠାରେ ବୁରୁସାହିକୁ ଆଦର୍ଶ ଗ୍ରାମ କରାଯିବା ଘୋଷଣାର ଏହା ଏକ ପଦକ୍ଷେପ। ବୁରୁସାହିକୁ ମିଳିବ ସମସ୍ତ ସୁବିଧା ସୁଯୋଗ । ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛୋଟପିଲାଙ୍କ ପାଇଁ ଅଙ୍ଗନବାଡି ସେଣ୍ଟରର କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ପାନୀୟଜଳ ପାଇଁ ଏକ ବୋରିଂ କରାଯାଇଥିବା ଦେଖାଯାଇଛି। ତଥାପି ଆହୁରି ଅନେକ କିଛି ସମସ୍ୟା ଏଠାରେ ରହିଥିବାରୁ ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ କହନ୍ତି। ଆଜିର ଏହି ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତରାୟ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ତହସିଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲାଦାର ଦେବୀ ପ୍ରସାଦ ମହାନ୍ତି ଓ ରାଜସ୍ୱ ନିରିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସେଠାରେ ପତାକା ଉତ୍ତୋଳନ କରିବା ସହିତ ଗୁଣ୍ଠିକିଆ ପଟ୍ଟା ପ୍ରଦାନ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories