www.samajalive.in
Monday, December 8, 2025
27.1 C
Bhubaneswar

ମହାବେରଣା କ୍ଲବ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ ଅଧିନ ପଥୁରୀପଡା ସ୍ଥିତ ମହାବେରଣା କ୍ଲବ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗ୍ରାମାଞ୍ଚଳରେ ପ୍ରତିବର୍ଷ କ୍ଲବ ପକ୍ଷରୁ ଆଡମ୍ବରପୂର୍ଣ୍ଣ ଭାବରେ ହେଉଥିବା କାର୍ଯ୍ୟକ୍ରମଟି ଚଳିତବର୍ଷ ନିରାଡମ୍ବର ଓ କୋଭିଡ-୧୯ ନିୟମ ଅନୁପାଳନ ସହିତ ସଂକ୍ଷିପ୍ତରେ ସଂଚାଳନ ହୋଇଛି । ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ ଅଶୋକ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କ୍ଲବ ପକ୍ଷରୁ ପଞ୍ଚାୟତରେ କରୋନାର ମୁକାବିଲା ନିମନ୍ତେ କାର୍ଯ୍ୟ କରିଥିବା ୮ଜଣ ଯୋଦ୍ଧାଙ୍କୁ ମାନପତ୍ର ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ବ୍ରଜବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉସôବରେ ସରପଞ୍ଚ ପ୍ରିୟଙ୍କା ବେହେରା,ସମିତି ସଭ୍ୟ ଗୀତାଞ୍ଜଳୀ ପ୍ରଧାନ, ନିର୍ବାହୀ ଅଧିକାରୀ ଦାଶରଥି ଜେନା,କିର୍ତ୍ତୀ ରଂଜନ ପ୍ରଧାନ,ସାମ୍ବାଦିକ ଗୈାରାଙ୍ଗ ବେହେରା,ଦାସରଥି ସାହୁ,ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ଅଧ୍ୟାପକ ସତ୍ୟଜିତ୍ ଦାସ ପ୍ରମୁଖଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ପାଦକ ସଦାସିବ ଦାସ ସମ୍ବର୍ଦ୍ଧିତ କରିଛନ୍ତି । ମହାବେରଣା କ୍ଲବ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିରୁପାକ୍ଷ ତ୍ରିପାଠୀ,ଅନନ୍ତ ଚରଣ ଦାସ,ବ୍ରହ୍ମାନନ୍ଦ ତ୍ରିପାଠୀ,ନିରଞ୍ଜନ ତ୍ରିପାଠୀ,ତ୍ରିନାଥ ବେହେରା,ହରେକୃଷ୍ଣ ପ୍ରଧାନ,ନାରାୟଣ ବେହେରା,ରାଧାମୋହନ ସାହୁ,ଅନିଲ ମିଶ୍ର,ଅକ୍ଷୟ କୁମାର ସାହୁ,ପରମାନନ୍ଦ ସାହୁ,ସଂକର୍ଷଣ ସାହୁ,ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories