www.samajalive.in
Tuesday, December 9, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀ ନବୀନଙ୍କ ଡ଼୍ରାଇଭର ସାଜିଲେ ୫-ଟି ସଚିବ ପାଣ୍ଡିଆନ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ଦେଖିବାକୁ ମିଳିଛି ଏକ ନୂଆ ଘଟଣା । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଆସିବା ବେଳେ ୫ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଡ଼୍ରାଇଭର ସାଜିଛନ୍ତି ।  ରାଜ୍ୟ ଇତିହାସରେ ଏପରି ଘଟଣା ବିରଳ ଓ କୌଣସି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ ନିମନ୍ତେ ଗାଡ଼ି ଚଳାଇ ସମାବେଶସ୍ଥଳକୁ ଆଣିବା ପ୍ରଥମ ଘଟଣା ।

- Advertisement -

କରୋନାକାଳରେ ସାମାଜିକ ଦୂରତ୍ଵକୁ ଯଥେଷ୍ଟ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିମାସ ହେଲା ଅତି ଜରୁରୀ ନ ଥିଲେ ସେ ନବୀନ ନିବାସରୁ ବାହାରି ନାହାନ୍ତି । ସେଠାରୁ ତାଙ୍କର ଅଫିସ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କ୍ୟାବିନେଟ୍ ବୈଠକ, ରାଜ୍ୟମନ୍ତ୍ରୀ ପରିଷଦ ବୈଠକ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା, କରୋନା ସଂକ୍ରାନ୍ତ ସମୀକ୍ଷା, ବିଭିନ୍ନ ଜିଲାପାଳଙ୍କ ସହ ଆଲୋଚନା, ସଚିବସ୍ତରୀୟ ଆଲୋଚନା ଆଦିରେ ନିଜ ବାସଭବନରୁ ଭିଡ଼ିଓ କନଫରେନ୍ସିଂରେ ସକ୍ରିୟ ରହୁଛନ୍ତି । କରୋନା ଯୋଗୁଁ ସ୍ବାଧୀନତା ଦିବସ ନିରଡ଼ମ୍ବର ଭାବରେ ପାଳନ କରାଯାଉଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଡ଼୍ରାଇଭର ବଦଳରେ ନିଜେ ଶ୍ରୀ ପାଣ୍ଡିଆନ ଗାଡ଼ି ଚଳାଇଥିବା କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories