www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବିତ୍‍ ପାତ୍ରଙ୍କ ନାମରେ ଏତଲା ଦେଲା କଂଗ୍ରେସ

ଫୁଲବାଣୀ : ବିଜେପିର ଜାତୀୟ ମୁଖପାତ୍ର ସଂବିତ୍‍ ପାତ୍ରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଆଜି ଏତଲା ଦିଆଯାଇଛି। ଏତଲାରେ ଦର୍ଶା ଯାଇଛି ଯେ, ଏକ ଘରୋଇ ଟିଭି ଚ୍ୟାନେଲର ଏକ ବିତର୍କରେ କଂଗ୍ରେସର ମୁଖପାତ୍ର ରାଜୀବ ତ୍ୟାଗୀ, ସଂବିତ୍‍ ପାତ୍ର ଓ ଅନ୍ୟ ୩ ଜଣ ଅଂଶଗ୍ରହଣ କରିଥିଲେ। ବିତର୍କ ବେଳେ ସଂବିତ୍‍ ପାତ୍ର ରାଜୀବ ତ୍ୟାଗୀଙ୍କୁ ଆକ୍ଷେପ ମୁଳକ ଟିପ୍ପଣି କରିଥିଲେ। ଯାହା ଫଳରେ ରାଜୀବଙ୍କୁ ମାନସିକ ଭାବେ ଆଘାତ ଲାଗିଥିଲା ଓ ହାର୍ଟ ଆଟାକ୍‍ ହୋଇଥିଲା ଏବଂ ଶେଷରେ ମୃତ୍ୟୁ ହୋଇ ଯାଇଥିଲା। ତେଣୁ ରାଜୀବଙ୍କ ମୃତ୍ୟୁ ପାଇଁ ସଂବିତ୍‍ ପାତ୍ର ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଅନୁରୋଧ କରିଛି। ଜିଲ୍ଲା କଂଗ୍ରେସର ସୋସିଆଲ ମିଡିଆ ସଂଯୋଜକ ତଥା ଯୁବନେତା ବସନ୍ତ କୁମାର ପାଢିଙ୍କ ନେତୃତ୍ୱରେ କଂଗ୍ରେସ ନେତା ହେମନ୍ତ କୁମାର କର, ଘନ କୁମାର ଶବର , ଶସାଂର ଭୋଇ , ରବିନ୍ଦ୍ର ସଡ଼ଙ୍ଗୀ , ଦୁର୍ଯ୍ୟୋାଧନ ପଟନାୟକ, ସଂଜୟ ଭଂଜ, ସୂର୍ଯ୍ୟକାନ୍ତ ଦାସ , ଶିବ ଶଙ୍କର ବେହେରା, ବଳଦେବ ବେହେରା, ପ୍ରେମଚନ୍ଦା ତ୍ରିପାଠୀ, ଭିକାରି ଚରଣ ପାଣିଗ୍ରାହୀ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ଟାଉନ ଥାନାରେ ଏତଲା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories