www.samajalive.in
Monday, December 8, 2025
27.1 C
Bhubaneswar

ମହାନଦୀରେ ବନ୍ୟା ଆଶଙ୍କା

ହରଭଙ୍ଗା: ଉପରମୁଣ୍ଡରେ ଲଗାଣବର୍ଷା ଫଳରେ ତେଲନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଲନଦୀରେ ବନ୍ୟା ଯୋଗୁଁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ବୌଦ୍ଧଜିଲ୍ଲାର ତଳମୁଣ୍ଡରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ହରଭଙ୍ଗା ତହସିଲର ୫୫ଟି ବନ୍ୟାପ୍ରଭାବିତ ନଦୀକୂଳିଆ ଗ୍ରାମଗୁଡିକରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ବୁଧୁବାରଠାରୁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ଗୁରୁବାର ସନ୍ଧ୍ୟା ସୁଦ୍ଧା ହରଭଙ୍ଗା-‎ଧଳପୁର ଜଗନ୍ନାଥ ସଡକର ଧଳପୁର ବ୍ରିଜ, କୁଶାସିଙ୍ଗା ନାଳଉପରେ ବନ୍ୟାଜଳ ପ୍ରଭାବିତ ହୋଇଥିବାରୁ ଖଣ୍ଡୀଧଳପୁର ପାଣିଘେରରେ ରହିଛି। ଉଦଣ୍ଡୀ ନାଳରେ ବନ୍ୟା ପାଣି ଯୋଗୁଁ ‎କୁଶଙ୍ଗ ପଞ୍ଚାୟତର ଅପହଞ୍ଚ ଇଲାକାରେ ଅବସ୍ଥିତ ଆଦିବାସୀ ବହୁଳ ମାରଡା ଏବଂ କୁତୁରୀ ଗ୍ରାମର ୬୨ ପରିବାର ଦୁଇଦିନହେଲା ପାଣିଘେରରେ ଭୋକ ଉପାସରେ ରହିଛନ୍ତି। ସେହିପରି ଜଗନ୍ନାଥ ସଡକ ଉପରେ ରହିଥିବା ହରଭଙ୍ଗା-ସୁରୁଣ୍ଡି-ଭେଜିଗୁଡା-ମଲ୍ଲିକପଡା-ସଦଲଗଣ୍ଡା ରାସ୍ତାର ଡିଆଁଘାଟ, ଭେଜିଗୁଡା, ପୋଲ ତଳେ ବର୍ତମାନ ବନ୍ୟାପାଣି ଚାଲୁଥିବାବେଳେ ସକାଳସୁଦ୍ଧା ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହିସବୁ ଅଞ୍ଚଳକୁ ଏକପ୍ରକାର ଯାତାୟତ ବାଧାପ୍ରାପ୍ତ ହୋଇଛି। ମହାନଦୀର ବନ୍ୟାଜଳରେ ଏହି ତହସିଲର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହିତ ଧାନଗଛସବୁ ବନ୍ୟା ପାଣିରେ ବୁଡି ପଚିସଢି ସେଗୁଡିକ ନଷ୍ଟ ହେବାକୁ ବସିଛି। ଆଜି ନଦୀର ଜଳସ୍ତର ଅହେତୁକଭାବେ ବୃଦ୍ଧି ପାଉଥିବାରୁ ଶଙ୍କୁଲେଇ ପଞ୍ଚାୟତର ପାଣିଘରା, ହରଭଙ୍ଗା ପଞ୍ଚାୟତର କୋଡାଶିଙ୍ଗା, କୁଶଙ୍ଗ ପଞ୍ଚାୟତର ତିରଡ, ଅତଲସରା, ବୀରନରସିଂହପୁର ପଞ୍ଚାୟତର କରଡି, ହାଟଗାଁ ଭଳି ବନ୍ୟା ପ୍ରଭାବିତ ଗାଁଗୁଡିକରେ ସାମ୍ଭାବ୍ୟ‎ ବନ୍ୟା ପରିସ୍ଥିତ ଦେଖାଦେବା ସହ ଏହିସବୁ ଗାଁ ପାଣିଘେରରେ ରହିବା ଆଶଙ୍କା ପ୍ରକାଶ ପାଇଛି। ମହାନଦୀରେ ସାମ୍ଭାବ୍ୟ‎ ବନ୍ୟା ପରିସ୍ଥିତ ଦେଖାଦେବା ସତ୍ୱେ ଏପର୍ୟ୍ୟନ୍ତ ପ୍ରଶାସନ ତରଫରୁ ବୁଡି ଅଂଚଳ ଲୋକଙ୍କୁ ସର୍ତକ ସୂଚନା ଦିଆଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସାମ୍ଭାବ୍ୟ‎ ବନ୍ୟା ପରିସ୍ଥିତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯିବା ସହିତ ରିଲିଫ ସାମଗ୍ରୀ ମହଜୁଦ ‎ରଖାଯିବାକୁ ଦାବୀହେଉଛି। ଏ ସଂର୍ପକରେ ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇଙ୍କୁ ପଚାରିବାରୁ ପ୍ରଶାସନ ଏଥିପାଇଁ ସଜାଗ ରହିଛି। ଆର.ଇ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ବୋଲି କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories