www.samajalive.in
Monday, December 8, 2025
27.1 C
Bhubaneswar

ପ୍ରେସ କ୍ଲବ ପକ୍ଷରୁ ଶୋକସଭା

ଫୁଲବାଣୀ: ଫୁଲବାଣୀ ପ୍ରେସ୍‍ କ୍ଲବ ପକ୍ଷରୁ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇ ଦୁର୍ଘଟଣାରେ ମୃତ ଯୁବ କ୍ୟାମେରା ମ୍ୟାନ୍‍ ରାଜୁ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା। ରାଜୁଙ୍କ ଅକାଳ ବିୟୋଗରେ କନ୍ଧମାଳ ଜିଲ୍ଲା ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ହରାଇଲା ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ କହିଛନ୍ତି। ସେ ଜଣେ ମେଳାପି, ଅମାୟିକ ଯୁବକ ଥିଲେ। ରାଜୁଙ୍କ ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରି ୨ ମିନିଟ୍‍ ନୀରବ ପ୍ରାଥନା କରାଯାଇଥିଲା। ଏହି ଶୋକସଭାରେ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଅଜିତ୍‍ ମହାରଣା, ଉପସଭାପତି ଅଶୋକ ମହାନ୍ତି ଓ ସୁଜିତ୍‍ ବେହେରା, ସୁନିଲ ବିଶ୍ୱାଳ, ବଟକୃଷ୍ଣ ବିହାରୀ, ସତ୍ୟ ନାରାୟଣ ବେହେରା, ତ୍ରିନାଥ ସାହୁ, ସନ୍ତୋଷ ମିଶ୍ର, ପ୍ରଶାନ୍ତ କୁମାର ବେହେରା, ତାରିଣୀ ପାଢୀ,ଆଦିତ୍ୟ ତ୍ରିପାଠୀ,ପ୍ରଶାନ୍ତ ମହାନ୍ତି,ରଞ୍ଜନ କୁମାର ଦାସ, ବିରେନ୍ଦ୍ର ସୁବୁଦ୍ଧି, ବୌଦ୍ୟନାଥ ନାୟକ, ଶିବ ନାୟକ, ଶିବାନନ୍ଦ ପଟ୍ଟନାୟକ, ଶିବ ବିଶ୍ୱାଳ, ହୁରଞ୍ଜନ ସେଠୀ, ଦିନେଶ ମହାପାତ୍ର, ବ୍ରଜମୋହନ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories