www.samajalive.in
Sunday, December 7, 2025
13.1 C
Bhubaneswar

ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତଃ ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୩ ତମ ଜୟନ୍ତୀ ପାଳିତ, ୱେବିନାରରେ ଯୋଗ ଦେଲେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ

ଭୁବନେଶ୍ୱର: ଆଜି ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତଃ ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୩ ତମ ଜୟନ୍ତୀ। ସ୍ୱର୍ଗତଃ ଦାସ ୧୮୮୭ ମସିହା ଅଗଷ୍ଟ ମାସ ୧୨ ତାରିଖରେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଗଣ୍ଡିବେଡ ନିକଟବର୍ତୀ ପାର୍ବତୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ପରେ ୧୯୩୭ରେ ଯେଉଁ ପ୍ରଥମ ଅଣକଂଗ୍ରେସ ସରକାର ଗଠିତ ହୋଇଥିଲା। ତାହାର ପ୍ରଥମ ବାଚସ୍ପତି ଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ତଥା ବାଲେଶ୍ୱରର ପ୍ରସିଦ୍ଧ ବ୍ୟକ୍ତି ସ୍ୱର୍ଗୀୟ ମୁକୁନ୍ଦ ପ୍ରସାଦ ଦାସ। ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ଭାରତର ଗଣତନ୍ତ୍ରରେ ଜନ ପ୍ରତିନିଧୀ ଓ ସାମାଜିକ ନେତୃତ୍ୱ’ ଶୀର୍ଷକ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେ ଆୟୋଜିତ ହୋଇଥିଲା।

- Advertisement -

ମୁକୁନ୍ଦ ପ୍ରସାଦ ଦାସ ଜଣେ ଗାନ୍ଧିବାଦୀ ଲୋକ ଥିଲେ। ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ପୂର୍ଣ୍ଣ ସମାଜକୁ ସାଙ୍ଗରେ ନେଇ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟ ଅତିଥି ପୂର୍ବତନ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ କହିଥିଲେ।  ଜନ ପ୍ରତିନିଧୀ ମାନେ ଜନତାଙ୍କ ପ୍ରତିନିଧୀ। ଯିଏ ଜନପ୍ରତିନିଧୀ ହେବ, ସେ ପ୍ରଥମେ ଜନତା ଓ ସମାଜକୁ ଜାଣିବା ଦରକାର। ପୂର୍ବରୁ ବିବେକାନନ୍ଦ, ମହାତ୍ମାଗାନ୍ଧୀଙ୍କ ସମେତ ବିଭିନ୍ନ ନେତୃତ୍ୱ ମାନେ ଦେଶର ସ୍ଥିତି ପରଖିବା ପାଇଁ ପାଦରେ ଚାଲି ଚାଲି ବୁଲୁଥିଲେ ଏବଂ ଲୋକଙ୍କ ସମସ୍ୟାକୁ ଶୁଣୁଥିଲେ। ଠିକ୍‍ ସେହିପରି ଆଗାମୀ ଦିନରେ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଥିବା ଆଜିର ଯୁବପିଢୀମାନେ ଲୋକଙ୍କର ପ୍ରତ୍ୟେକ ସମସ୍ୟାକୁ ଶୁଣିବା ଏବଂ ତାହାର ସମାଧାନ ଦିଗରେ କାର୍ଯ୍ୟ କରିବା ଦରକାର।

ଜନପ୍ରତିନିଧୀ ଲୋକଙ୍କ ସ୍ୱଭାବ ଏବଂ ଆବଶ୍ୟକତାକୁ ଜାଣିବା ଦରକାର। କାହାକୁ ମିଥ୍ୟା ପ୍ରତିଶୃତି ନଦେଇ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ନିଜ ଅଞ୍ଚଳର ଉନ୍ନତି କଥା ଚିନ୍ତା କରିବା ଦରକାର। ଦେଶକୁ ବିକାଶ ପଥରେ ନେବାକୁ ହେଲେ ଜନପ୍ରତିନିଧୀମାନେ ଜନତାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଦରକାର। ଜନପ୍ରତିନିଧୀ ନିଜକୁ ଆକଳନ କରିବା ସହ ସମାଜ ସହ ଯୋଡିହୋଇ ରହିବାର ଆବଶ୍ୟକତା ରହିଛି। ସମାଜର ପ୍ରତିଟି ସମସ୍ୟାକୁ ଜନପ୍ରତିନିଧୀମାନେ ପଞ୍ଚାୟତ ସଭା, ବିଧାନସଭା କିମ୍ବା ଲୋକସଭାରେ ଉଠାଇ ଲୋକମତ ଅନୁଯାୟୀ ସମାଜ ହିତରେ କାର୍ଯ୍ୟ କରିବାକୁ ଶ୍ରୀମତୀ ମହାଜନ ପରାମର୍ଶ ଦେଇଥିଲେ।

ଓଡିଶାର ପ୍ରଥମ ବାଚସ୍ପତି ଭାବେ ମୁକୁନ୍ଦ ବାବୁ ଯେଉଁ ଦିଗଦର୍ଶନ ଦେଇଥିଲେ, ତାହା ଅନ୍ୟ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା। ମହାତ୍ମାଗାନ୍ଧୀଙ୍କ ଡାକରାରେ ସେ ଆଇନ ବ୍ୟବସାୟ ବର୍ଜନ କରି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ଜାହ୍ନବୀ ଦେବୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୩୨ ମସିହାରେ ବାଲେଶ୍ୱରେ ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ ଓଡିଶାର ପ୍ରଥମ ନାରୀ ସମ୍ମିଳନୀ ହୋଇଥିଲା, ସେଥିରେ ଜାହ୍ନବୀ ଦେବୀଙ୍କ ସମେତ ନାରୀ କବି କୁନ୍ତଳା କୁମାରୀ ସାବତ, ନାରୀ ନେତ୍ରୀ ଓ ଗାନ୍ଧିଜୀଙ୍କ ଶିଷ୍ୟା ପୁରୁବାଇ, ସାନ ଭଉଣୀ କୋକିଳା ଦେବୀ ଓ ସାହିତ୍ୟିକା ସାରଳା ଦେବୀ ଯୋଗ ଦେଇ ନାରୀମାନଙ୍କ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନ ସକାଶେ ଜାଗରଣ ସୃଷ୍ଟି କରିଥିଲେ। ପ୍ରଥମ ବାଚସ୍ପତିଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିଟିଏ ଭୁବନେଶ୍ୱର ବିଧାନସଭା ପରିସରରେ ନିର୍ମିିତ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି। ସ୍ୱର୍ଗତଃ ଦାସ ଜଣେ ଜାତୀୟବାଦୀ, ସ୍ୱାଧୀନତା ପ୍ରେମୀ, ହିତାକାଂକ୍ଷୀ ଓ ଉଦାରପନ୍ଥୀ ଲୋକ ଥିଲେ। ମୁକୁନ୍ଦ ପ୍ରସାଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବପିଢୀମାନେ କାର୍ଯ୍ୟ କରିବା ଦରକାରବୋଲି ସ୍ୱର୍ଗତଃ ମୁକୁନ୍ଦ ପ୍ରସାଦ ଦାସଙ୍କ ଅଣନାତି ତଥା ଯୁବନେତା ଠାକୁର ରଞ୍ଜିତ ଦାସ କହିଛନ୍ତି।

ଏହି ୱେବିନାର କାର୍ଯ୍ୟକ୍ରମରେ ଡ.କମାଳକାନ୍ତ ପାଢୀ ପରିୟ ପ୍ରଦାନ କରିଥିଲେ ଏବଂ ଡ. ଉମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଦେଇଥିଲେ। ସମାଜର ନେତୃତ୍ୱ ନେଉଥିବା ଜନପ୍ରତିନିଧୀ ଏବଂ ସମାଜର ନେତୃତ୍ୱ ନେବାକୁ ଆଶା ରଖିଥିବା ଯୁବପିଢୀମାନେ ଏହି ୱେବିନାରରେ ଯୋଗ ଦେଇଥିଲେ।

ଜନ୍ମ ଜୟନ୍ତୀ ଅବସରରେ ମୁକୁନ୍ଦ ପ୍ରସାଦ ଫାଉଣ୍ଡେସନ ପକ୍ଷରୁ ରାଜ୍ୟବ୍ୟାପୀ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ସାମାଜିକ ସଙ୍ଗଠନ, ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍‍, ପରିବେଶବିତ୍‍ ଏବଂ ବିଶେଷ କରି ମୁକୁନ୍ଦ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ବୃକ୍ଷରୋପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories