www.samajalive.in
Saturday, December 6, 2025
26.1 C
Bhubaneswar

ମୃତ୍ୟୁ ଓ ସଂସ୍କାର ପରେ ଆସିଲା କରୋନା ପଜିଟିଭ ରିପୋର୍ଟ

ଆଠଗଡ: ଆଠଗଡ ବ୍ଲକର କୁଲାଇଲୋ ଗ୍ରାମର ଜଣେ କର୍କଟ ରୋଗୀଙ୍କର ମୃତ୍ୟୁ ଓ ଅନ୍ତିମ ସଂସ୍କାର ସରିବା ପରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡିଛି। କୁଲାଇଲୋର ୩୮ବର୍ଷ ବୟସ୍କ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଯୁବକଙ୍କୁ ଗତ ସୋମବାର ଅପରାହ୍ନରେ କଟକ ତୁଳସୀପୁରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର କରୋନା ପରୀକ୍ଷା ପାଇଁ ସ୍ୱାବ୍‍ ସଂଗ୍ରହ କରି ପଠାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ସଂପୃକ୍ତ କର୍କଟ ରୋଗୀ ସେହି ସୋମବାର ରାତି ୧୨ଟାରେ ମୃତ୍ୟୁବରଣ କରିଥିଲେ। ମଙ୍ଗଳବାର ସକାଳେ ତାଙ୍କର ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ହେଲେ ବୁଧବାର ତାଙ୍କର ସ୍ୱାବ ପରୀକ୍ଷାରୁ ସେ କରୋନା ପଜିଟିଭ ବାହାରିଥିବା ରିପୋର୍ଟ ବ୍ଲକ କର୍ତ୍ତୃପକ୍ଷଙ୍କର ହସ୍ତଗତ ହୋଇଥିଲା। ବ୍ଲକ ନୋଡାଲ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ତୁରନ୍ତ ଏ ସଂପର୍କରେ କୁଲାଇଲୋ ସରପଞ୍ଚଙ୍କ ସହ କଥା ହେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ସମସ୍ତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨-୩ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ସ୍ୱାବ୍‍ ନମୁନା ପରୀକ୍ଷା କରାଯିବ ବୋଲି ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories