ତାଳପଦର: ବରଗଡ଼ ଜିଲ୍ଲାର ଏମ୍. ଶ୍ରୀଗିଡ଼ା ଗ୍ରାମପଞ୍ଚାୟତ ଝିଲ୍ଲୀ ଗ୍ରାମରେ ବରଗଡ଼ ଜିଲ୍ଲାର କରମସାନୀ କାଳାକାର ସଂଘ ସମ୍ମିଳନୀ କରୋନା ନିୟମ ପାଳନକ୍ରମେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ କଳାକାର ଯୋଗ ଦେଇଥିବା ବେଳେ ନରେଶ ଭୋଇ, ପ୍ରେମରାଜ ଭୋଇ,ଗୌରାଙ୍ଗ ହାତୀ, ଉଗ୍ରେସନ୍ ବଗର୍ତୀ, ଡ଼ାକ୍ତର ମେହେର, ଗୋବିନ୍ଦ ଭୋଇ, ଆନନ୍ଦ ଛତର ପ୍ରମୁଖ କଳାକାରମାନେ ଯୋଗ ଦେଇଥିଲେ। କରୋନା ସମୟରେ ସେମାନଙ୍କ ପେସା ବନ୍ଦ ହୋଇ ଯାଇଥିବାରୁ ଓ ପ୍ରାୟ ସମସ୍ତ ଭୂମିହିନ ହୋଇଥିବାରୁ ନିଜ ପରିବାର ବହୁ ଦୁଖଃରେ ଚଳୁଛନ୍ତି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଉକ୍ତ ଦୁୁର୍ଦିନରେ କାଳାତିପାତ କରୁଥିବା କଳାକାରମାନଙ୍କୁ କଳାକାର ଭତ୍ତା ଦେବା ପାଇଁ ଦାବି ହେଉଛି।
Popular Categories



