www.samajalive.in
Monday, December 8, 2025
27.1 C
Bhubaneswar

ନୀଳଗିରିରେ ଅପରାଧୀକୁ ପାନେ ଦେବାକୁ ଗ୍ରାମବାସୀ ଏକାଠି

ନିଲଗିରି: ବାରମ୍ବାର ଜଣେ ଅପରାଧୀ କିଛି କଥା ନଥାଇ ଗାଳିଗୁଲଜ କରିବା, ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଛନ୍ତି। ସମ୍ପୃକ୍ତ ଅପରାଧୀର ଅପରାଧ ଦୁନିଆ ଖତମ କରିବା ଉଦେଶ୍ୟରେ ଗାଁ ର ଶତାଧିକ ମହିଳା ଓ ପୁରୁଷ ମଙ୍ଗଳବାର ରାତିରୁ ଅପରାଧୀ ଘରକୁ ଘେରାଉ କରିଛନ୍ତି। ବାଲେଶ୍ଵର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏଭଳି ଉତେଜନାମୂଳକ ଘଟଣା ଦେଖିବାକୁ ମିଳିଛି।

ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ନିସ୍ଚନ୍ଦପୁର ଗାଁର ବିଶ୍ଵଜିତ ଦଳେଇ ଓରଫ ରାଜା ସେହିଅଞ୍ଚଳର ଭରତ ଚନ୍ଦ୍ର ପାତ୍ର ନାମକ ବ୍ୟକ୍ତିଙ୍କୁ ମାଡ଼ମାରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲା। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସିବାରୁ ରାଜାର ଏଭକି ବାରମ୍ବାର ଆକ୍ରମଣକୁ ବିରୋଧ କରିଥିଲେ। କିଛି ଦିନ ଆଗରୁ ଜଣେ ମହିଳାଙ୍କୁ ତାଙ୍କ ଦୋକାନରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା, ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ମୁଣ୍ଡକୁ ହାଣି ଆଖି ନଷ୍ଟ କରିଥିଲା। ପୁଣି ଗାଁରେ ଅନୁରୂପ ଆକ୍ରମଣକୁ ବିରୋଧ କରି ରାଜାକୁ ମାଡ଼ ମାରିବାକୁ ଗ୍ରାମବାସୀ ଗୋଡାଇଥିଲେ। ହାତରେ ଠେଙ୍ଗା ଦେଖି ରାଜା ତାଙ୍କ ଘରକୁ ଦୌଡ଼ି ପଳାଇଯାଇଥିଲା। ତେବେ ଉତ୍ୟେକ୍ତ ଗ୍ରାମବାସୀ ତାଙ୍କ ଘରକୁ ଘେରାଉ କରି ରଖିଥିଲେ। ଘଟଣା ସ୍ଥଳକୁ ନୀଳଗିରି ପୁଲିସ ଯାଇ ଗ୍ରାମବାସୀଙ୍କୁ ବୁଝାଇଥିଲେ ବି କେହି ଶୁଣି ନଥିଲେ। ବୁଧବାର ସକାଳେ ପୁଣିଥରେ ଉକ୍ତ ଗାଁରେ ଉତ୍ୟକ୍ତ ଲୋକଙ୍କ ମେଳି ବାନ୍ଧି ଥିବା ବେଳେ ରାସ୍ତାରୋକ କରା ଯାଇଛି। ଖବର ପାଇ ନୀଳଗିରି ଆଇଆଇସି ମିନତି ବିଶ୍ୱାଳ ଙ୍କ ନିର୍ଦ୍ଦେଶ ରେ ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରା ଯାଇଛି। ଉତ୍ୟକ୍ତ ଲୋକେ ଏହି ଅପରାଧୀକୁ ମାରି ଆଇନକୁ ହାତକୁ ନେବେ ବୋଲି ସ୍ଥିର କରିଥିବା ବେଳେ ପୁଲିସ ଏହି ଅପରାଧୀକୁ କାବୁ କରି ଆଣିବାକୁ ପ୍ରୟାସ ଜାରି ରଖିଛି। ତେବେ ଏ ନେଇ ଅଧିକ ଉତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories