www.samajalive.in
Sunday, December 7, 2025
15.1 C
Bhubaneswar

ରୋଟାରିଆନ୍‍ଙ୍କ ପକ୍ଷରୁ ଏବିପିଏସ୍‍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍‍ ପ୍ରଦାନ

କଲମପୁର  : ସାରା ବିଶ୍ୱ କୋଭିଡ୍‍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରୁଛି । ଅନଲାଇନ ଶିକ୍ଷା ପାଇଁ ଅନେକ ଗରିବ ଛାତ୍ରଛାତ୍ରୀଙ୍କ ପାଖରେ ସାଧନର ଅଭାବ ଦେଖିବାକୁ ମିଳୁଛି । କେଉଁଠି ଯଦି ଦୈବାତ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଅଛିତ ସେଠାରେ ସଠିକ ଭାବେ ନେଟୱାର୍କ ମିଳୁନଥିବାରୁ କିଏ ପାହଡ ଉପରକୁ ଯାଇ ତ କିଏ ଛାତ ଉପରେ ଚଢି ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଏଭଳି ଏକ ସମୟରେ ଏବିପିଏସ୍‍ ଦୋରାଗୁଡ଼ାର ଗରୀବ ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍‍ ସୂର୍ଯ୍ୟକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ରୋଟାରିଆନ୍‍ ସୁଜାତା ମିଶ୍ର ଆଗେଇ ଆସିବା ସହ ୪୦ଟି ସାମସଙ୍ଗ୍‍ ଆଇପ୍ୟାଡ୍‍ ପ୍ରଦାନ କରିଛନ୍ତି । ସେମାନଙ୍କ ତରଫରୁ ୟୁଏଆଇଏଲ୍‍ର ୟୁନିଟ୍‍ ମୁଖ୍ୟ  ଏନ୍‍ ନାଗେଶ ଏହି ଆଇପ୍ୟାଡ୍‍ଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଛନ୍ତି।

ଏହି ଅବସରରେ ରୋଟାରିଆନ୍‍ ଏସ୍‍ କେ ମିଶ୍ର କହିଛନ୍ତି ଯେ, ଆମେ ଜାଣିଛୁ ଯେ ଏହି ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ଏକମାତ୍ର ମାଧ୍ୟମ ହେଉଛି ଅନଲାଇନ୍‍ ଶିକ୍ଷା । ତେଣୁ ନବମ ଓ ଦଶମ ଶ୍ରେଣୀଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମେ ନିଷ୍ପତି ନେଇଛୁ। ଆଗାମୀ ବୋର୍ଡ ପରୀକ୍ଷା ଦୃଷ୍ଟିରୁ ସେମାନଙ୍କପାଇଁ ଅନ୍‍ଲାଇନ୍‍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ଏହି ପଦକ୍ଷେପ ସେମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ବୋଲି ରୋଟାରିଆନ୍‍ ମିଶ୍ର କହିଛନ୍ତି।

- Advertisement -

ଏହି ଡିଭାଇସ୍‍ (ଉପକରଣ) ପାଇଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଏବଂ ସେମାନେ ଆର୍ଥିକଦୁର୍ବଳ ଶ୍ରେଣୀ ପରିବାରର ଯେଉଁମାନଙ୍କ ପାଇଁ ଆଇପ୍ୟାଡ୍‍ ପାଇବା ଏକ ଖୁସିର ବିଷୟ । ଉଭୟ ରୋଟାରିଆନ୍‍ଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟଯେ, କୋଭିଡ୍‍-୧୯ ଲଢ଼େଇରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଉଭୟ ରୋଟାରିଆନ୍‍ ଏସ୍‍ କେ ମିଶ୍ର ଓରୋଟାରିଆନ୍‍ ସୁଜାତା ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ଓଡ଼ିଶାରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଓ ଦାତବ୍ୟ କାର୍ଯ୍ୟରେ ଉଭୟ ରୋଟାରିଆନ୍‍ ଜଡ଼ିତ ଅଛନ୍ତି। ରୋଟାରିଆନ୍‍ ଏସ୍‍ କେ ମିଶ୍ରୟୁଏଆଇଏଲ୍‍ର ଅଧ୍ୟକ୍ଷ ହୋଇଥିବା ବେଳେ ରୋଟାରିଆନ୍‍ ସୁଜାତା ମିଶ୍ର ହେଉଛନ୍ତି ଇନର ହ୍ୱିଲ୍‍ ଅଫ୍‍ ରୋଟାରି କ୍ଲବ୍‍ ଭୁବନେଶ୍ୱର ମେଟ୍ରୋର ସମ୍ପାଦିକା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories