www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୩୪

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ୧୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ଚିହ୍ନଟ ହୋଇଥିବା ମୋଟ ୧୦୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ୪୯ ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ମୋଟ ୬୦ଜଣଙ୍କ ମଧ୍ୟରୁ ଘରୋଇ ହସ୍‌ପିଟାଲ୍‌ ଲିଙ୍କ ସରକାରୀ ହସ୍‌ପିଟାଲ୍‌ ଲିଙ୍କ, ଗଙ୍ଗନଗର ଲିଙ୍କ, ଚନ୍ଦ୍ରଶେଖରପୁର, ଜାଗମରା, ଶୈଳଶ୍ରୀବିହାର, ପୋଖରୀପୁଟ, ଭୀମଟାଙ୍ଗି, କାନନ ବିହାର, ନୟାପଲ୍ଲୀ, ୟୁନିଟ୍ ୯, ଗାଡ଼କଣ, ଜୟଦେବ ବିହାର ସାମନ୍ତରାପୁର, ୟୁନିଟ୍‌ ୮, ଖଣ୍ଡଗିରି, କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲ, ପାଇକନଗର ବସ୍ତି, ରସୁଲଗଡ଼, ଜୟଦେବ ବିହାର, ଡେଲଟା ଛକ, ସାଲିଆ ସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ୪୯ ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ ବଡ଼ଗଡ଼ରୁ ୪ ଜଣ, ବିବେକାନନ୍ଦ ମାର୍ଗରୁ ୩ ଜଣ, ସାଲିଆ ସାହି, ଚନ୍ଦ୍ରଶେଖରପୁର, କାନନ ବିହାର, ପଟିଆରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି।
ସେହିଭଳି ସୁସ୍ଥ ହୋଇଥିବା ୧୩୪ ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ବର ରେଳଷ୍ଟେସନ, ଆଦିମାତା କଲୋନି, ୟୁନିଟ-୯, ଆଇଆରସି ଭିଲେଜ, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୩ ଜଣ ପୁଲିସ କର୍ମଚାରୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories