www.samajalive.in
Monday, December 8, 2025
27.1 C
Bhubaneswar

ଜୁହାର ପରିବାରର ୨୦ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ଦେଶର ରାଜଧାନୀ ନୁଆଦିଲ୍ଲୀଠାରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ‘ଜୁହାର ପରିବାର’ର ୨୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଖୁବ ଧୁମଧାମରେ ଆୟୋଜିତ ହେଉଥିବା ଏହି ପ୍ରତିଷ୍ଠା ଦିବସକୁ କରୋନା ସଙ୍କଟ ଯୋଗୁଁ ଚଳିତ ବର୍ଷ ଡିଜିଟାଲ ମାଧ୍ୟମରେ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଲୋକସଭା ସାଂସଦ ଡ. ପ୍ରଭାସ ସିଂହ, ଖ୍ୟାତନାମା ଚଳଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ଡ. ଭବାନୀ ଶଙ୍କର ଦିକ୍ଷୀତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଓ କ୍ରାନ୍ତି ଦିବସ ଉପଲକ୍ଷେ ଦେଶର ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଜୁହାର ପରିବାର ପଶ୍ଚିମ ଓଡିଶାର ବିଭିନ୍ନ ସାଂସ୍କୃତିକ ଦିଗକୁ ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। ଜୁହାର ପରିବାର ତରଫରୁ କରାଯାଉଥିବା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପ୍ରଶଂନୀୟ ଅଟେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ତାପସ ନାୟକ, ରଞ୍ଜନ ପ୍ରଧାନ, ବିଜୟ ତ୍ରିପାଠୀ, ବିବେକ ପାତ୍ର, ବାସୁଦେବ ତ୍ରିପାଠୀ, ଦେବଦତ୍ତ ଦାସ, ଅନୁପମ ମିଶ୍ର, ଦେବାଶିଷ ମାଝୀ, ଓମ ପ୍ରକାଶ ରାଉତ, ସନ୍ଦୀପ ସାହୁ, ସର୍ବେଶ୍ୱର ପଧାନ, କୁନ୍ତଳା ଭୋଇ, ଶ୍ରୁଜନୀ ମିଶ୍ର, ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ ‘ଜୁହାର ପରିବାର’ର ଇତିହାସ ଓ ଅନୁଭୂତିଗୁଡିକୁ ପ୍ରକାଶ କରି ନିଜସ୍ୱ ମନ୍ତବ୍ୟ ଦେଇଥିଲେ। ଡିଜିଟାଲ ମାଧ୍ୟମରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ପରିବାରର ବରିଷ୍ଠ ସଦସ୍ୟ ବିଜୟାନନ୍ଦ ନାୟକ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ। ଚଳିତ ବର୍ଷର ‘ନୂଆଁଖାଇ ପରବ’ କାର୍ଯ୍ୟକ୍ରମ ଆଗାମୀ ୬ ସେପ୍ଟେମ୍ବରରେ କରୋନା ସଙ୍କଟକୁ ଧ୍ୟାନରେ ରଖି ଡିଜିଟାଲ ମାଧ୍ୟମରେ ଆୟୋଜିତ କରାଯିବ ବୋଲି ଜୁହାର ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories