www.samajalive.in
Monday, December 8, 2025
24.1 C
Bhubaneswar

କୃଷକଙ୍କ ଘରୁ ଚୋରି ହେଲା ୧୦୦ କିଲୋ ଗୋବର ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଛତିଶଗଡ଼ : ଛତିଶଗଡ଼ରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ଘରୁ ଚୋରମାନେ ପ୍ରାୟ ୧୦୦ କିଲୋ ଗୋବର ଚୋରି କରି ନେଇଛନ୍ତି। ଘଟଣାଟି ଛତିଶଗଡ଼ର କୋରିୟା ଜିଲାର ଏକ ଗାଁର। ଏହି ଗାଁର ୨ କୃଷକ ନିଜ ବାଡ଼ିରେ ଏକତ୍ର କରି ରଖିଥିବା ପ୍ରାୟ ୧୦୦ କିଲୋ ଗୋବର ଚୋର ନେଇ ଯାଇଛନ୍ତି। କୃଷକ ସକାଳେ ଉଠି ଦେଖିଥିଲେ ତାଙ୍କ ବାଡ଼ିରେ ଗୋବର ନାହିଁ।
ଏହାପରେ ଉକ୍ତ ୨ କୃଷକ ଏହା ବିଷୟରେ ଗୌଥାନ ସମିତି ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏହା ଏକ ନୂଆ ସମସ୍ୟା ପାଲଟିଛି ବୋଲି କହିବା ସହ ଚୋରଙ୍କୁ ଧରିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି।
ଛତିଶଗଡ଼ ସରକାରଙ୍କ ଗୋଧନ ନ୍ୟାୟ ଯୋଜନା ଆରମ୍ଭ କରିଛନ୍ତି।ଏହି ଯୋଜନା ଅନୁଯାୟୀ, ପଶୁପାଳକଙ୍କ ଠାରୁ ସରକାର ଗୋବର କ୍ରୟ କରିବେ। ଏହାର ବାବଦରେ ପାଉଣା ମଧ୍ୟ ଦେବେ।ପଶୁପାଳକଙ୍କ ଗୋବର କିଲୋପ୍ରତି ୨ ଟଙ୍କା କ୍ରୟ କରାଯିବ ବୋଲି କୁହାଯାଇଥିଲା। ଏହି କାରଣରୁ ଚୋରି ହୋଇଛି ବୋଲି ଅନୁମାନ କରାଯାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories