www.samajalive.in
Monday, December 8, 2025
27.1 C
Bhubaneswar

ବଢୁଛି ସୁସ୍ଥତା, କମୁଛି ମୃତ୍ୟୁହାର

ନୂଆଦିଲ୍ଲୀ : କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୬୦ହଜାରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର ଦିନକ ମଧ୍ୟରେ ୬୧,୫୩୭ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୮୮,୬୧୧ରେ ପହଞ୍ଚିଛି। ସେହିପରି ଶନିବାର ଦିନକ ମଧ୍ୟରେ ୯୩୩ଜଣ ସଂକ୍ରମିତଙ୍କର ମୃତ୍ୟୁ ହେବା ସହିତ ମୋଟ ମୃତ୍ୟୁସଂଖ୍ୟା ୪୨,୫୧୮ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ପ୍ରକାଶ। ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୪୮,୯୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସୁସ୍ଥତା ହାର ୬୮.୩୨କୁ ବୃଦ୍ଧି ପାଇଛି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୪,୨୭,୦୦୫ଜଣ ସୁସ୍ଥ ହୋଇଥିବାବେଳେ ୬,୧୯,୦୮୮ଜଣ ଚିକିତ୍ସାଧୀନ ଅଛନ୍ତି। ଦେଶରେ କରୋନା ସଂକ୍ରମଣ ଯୋଗୁଁ ୧୯୬ଜଣ ଡାକ୍ତରଙ୍କର ମୃତ୍ୟୁ ହେଲାଣି ବୋଲି ଆଇଏମ୍‌ଏ ପକ୍ଷରୁ କୁହାଯାଇଛି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଶନିବାର କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ମନ୍ତ୍ରୀ ନିଜେ ଜଣାଇବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସ୍ୱାବ ପରୀକ୍ଷା ସହ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି।
ଅନ୍ୟପକ୍ଷରେ କରୋନା ଆକ୍ରାନ୍ତ ଅଭିନେତା ଅଭିଷେକ ବଚ୍ଚନ ଶନିବାର ସୁସ୍ଥହୋଇ ନାନାବତୀ ହସ୍ପିଟାଲରୁ ଘରକୁ ​‌େ​‌ଫରିଥିବା ବେଳେ ସଞ୍ଜୟ ଦତ୍ତ ଅସୁସ୍ଥତା ଯୋଗୁଁ ସଂଧ୍ୟାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ​‌େ​‌ତବେ ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ସଞ୍ଜୟ ଆଜି ସଂଧ୍ୟାରେ ହଠାତ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories