www.samajalive.in
Saturday, December 6, 2025
26.1 C
Bhubaneswar

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର-ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି

-ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
-ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଗନ୍ଦଗୀ ମୁକ୍ତ ଭାରତ‘ କାର୍ଯ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶନିବାର ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଏହା ସ୍ୱଚ୍ଛଭାରତ ମିଶନ ସଂକ୍ରାନ୍ତ ଏକ ଇଣ୍ଟରାକ୍‌ଟିଭ (ପାରସ୍ପରିକ କଥୋପକଥନ) ଅଭିଜ୍ଞତା କେନ୍ଦ୍ର। ନୂଆଦିଲ୍ଲୀସ୍ଥିତ ରାଜଘାଟର ଗାନ୍ଧୀସ୍ମୃତି ଓ ଦର୍ଶନ ସମିତିଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରତିଷ୍ଠା କରାଯାଇଛି। ୨୦୧୭ ଏପ୍ରିଲ ୧୦ରେ ଗାନ୍ଧୀଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠା ଘୋଷଣା କରିଥିଲେ। ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ ଏହି ଅବସରରେ ଉପସ୍ଥିତ ଥିଲେ।

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ

- Advertisement -

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରରେ ଉଭୟ ଡିଜିଟାଲ ଏବଂ ବାହ୍ୟ ଢାଞ୍ଚା ରହିଛି। ଏଥିରେ ସ୍ୱଚ୍ଛତା କ୍ଷେତ୍ରରେ ଭାରତର ପରିବର୍ତ୍ତନ ସଂକ୍ରାନ୍ତ କାହାଣୀ ଓ ତଥ୍ୟାବଳୀ ଊପଲ୍‌ବଧ। ୨୦୧୪ରେ ୫୦ କୋଟିରୁ ଅଧିକ ଭାରତୀୟ ବାହାରେ ମଳତ୍ୟାଗ କରୁଥିବାବେଳେ ୨୦୧୯ରେ ଭାରତ କିଭଳି ଏଥିରୁ ମୁକ୍ତ ହୋଇଛି ସେ ବିଷୟରେ ଏଥିରେ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ୩ଟି ପ୍ରମୁଖ ବିଭାଗ ବୁଲି ଦେଖିଛନ୍ତି। ଏକ ନମ୍ବର ହଲ୍‌ରେ ଏକ ଅଭିନବ ୩୬୦ ଡିଗ୍ରୀର ଅଡିଓ ଭିଜୁଆଲ ଇମର୍‌ସିଭ୍‌ ଶୋ’ର ବ୍ୟବସ୍ଥା କରାଯାଇଛି। ଏଥିରେ ଦେଶର ସ୍ୱଚ୍ଛ ଭାରତ ଯାତ୍ରାର ଗତି ଓ ଉପଲବ୍‌ଧି ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ଏହା ଦେଖିଥିଲେ। ତାପରେ ସେ ଦୁଇ ନମ୍ବର ହଲ୍‌କୁ ଯାଇ ଅନେକ ଇଣ୍ଟରାକ୍‌ଟିଭ ଏଲ୍‌ଇଡି ପ୍ୟାନେଲ, ହଲୋଗ୍ରାମ ବକ୍ସ, ଗେମ୍‌ସ ଏବଂ ଆହୁରି ଅନେକ କଥା ଏସ୍‌ବିଏମ୍‌ରେ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଲାଗିଥିବା ଲନ୍‌ରେ ଆୟୋଜିତ ବିଭିନ୍ନ ପ୍ରକାର କାର୍ୟ୍ୟ ଦେଖିଥିଲେ । ଏଥିରେ ୩ଟି ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ । ସେଥିରେ ଗୋଟିକରେ ମହାତ୍ମା ଗାନ୍ଧୀ ଲୋକଙ୍କୁ ସ୍ୱଚ୍ଛ ଶପଥ ବିଷୟରେ କିପରି ବୁଝାଉଛନ୍ତି ଏବଂ ନେତୃତ୍ୱ ଦେଉଛନ୍ତି ତାହା ସ୍ଥାନ ପାଇଛି। ଏହାଛଡା ଗ୍ରାମୀଣ ଝାଡ଼ଖଣ୍ଡର ରାଣୀମିସ୍ତ୍ରି ଏବଂ ଶିଶୁ ସ୍ୱଚ୍ଛାଗ୍ରହୀ ବା ବାନର ସେନାଙ୍କର ଅଡିଓ ଭିଡିଓ ଓ ଚିତ୍ର ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ସ୍କୁଲ ପିଲାଙ୍କ ସହ କଥାବାର୍ତ୍ତା

ସମଗ୍ର ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ଏହାର ସ୍ମରଣିକା କେନ୍ଦ୍ରକୁ ଯାଇଥିଲେ। ଏହା ପରେ ସେ କେନ୍ଦ୍ରର ଆମ୍ପି ଥିଏଟରରେ ଦିଲ୍ଳୀର ୩୬ ଜଣ ସ୍କୁଲ ପିଲାଙ୍କ ସହ ମତବିନିମୟ କରିଥିଲେ। ଏହି ପିଲା ମାନେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିଭାବେ ଏଥିରେ ଯୋଗଦେଇଥିଲେ। ଏଥିରେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନୀତିନିୟମ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସହିତ ପିଲାମାନେ ନିଜ ନିଜର ଘର, ସ୍କୁଲ ଏବଂ ଗାଁର ସ୍ୱଚ୍ଛତା କାର୍ୟ୍ୟକ୍ରମ ସଂପର୍କରେ ଆଲୋଚନା କରି ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନମନ୍ତ୍ରୀଙ୍କ ପଚାରିଥିଲେ ଯେ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର କେଉଁ ଜିନିଷଟି ତାଙ୍କୁ ସବୁଠୁ ଭଲ ଲାଗୁଛି। ପ୍ରଧାନମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କୁ ଅର୍ପିତ ହୋଇଥିବା ସ୍ୱଚ୍ଛ ଭାରତ ମିଶନର ପ୍ରେରଣା ତାଙ୍କୁ ସବୁଠୁ ବେଶ୍‌ ଭଲ ଲାଗିଛି।

ରାଷ୍ଟ୍ରକୁ ଉଦ୍‌ବୋଧନ

ପିଲାମାନଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ସ୍ୱଚ୍ଛ ଭାରତ ମିଶନର ସ୍ମୃତିଚାରଣ କରି ସେ କହିଥିଲେ ଯେ ଏହି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ମହାତ୍ମା ଗାନ୍ଧୀଙ୍କ ପାଇଁ ରାଷ୍ଟ୍ରର ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି। ସେ ମଧ୍ୟ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ୟ୍ୟକୁ ଭବିଷ୍ୟତରେ ଅବ୍ୟାହତ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଆମର ଦୈନନ୍ଦିନ ଜୀବନରେ, ବିଶେଷକରି କରୋନା ଭୂତାଣୁ ବିରୋଧୀ ଲଢେଇ ସମୟରେ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଗନ୍ଦଗୀ ମୁକ୍ତ ଭାରତ‘ ଅଭିଯାନ ଆରମ୍ଭ କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ସପ୍ତାହ ବ୍ୟାପୀ ଏହି ସ୍ୱତନ୍ତ୍ର ଅଭିଯାନ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାର କାର୍ୟ୍ୟକ୍ରମ ଉଭୟ ସହର ଓ ଗ୍ରାମାଞ୍ଚଳରେ ୭ଦିନ ଧରି ଅନୁଷ୍ଠିତ ହେବ ।

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ପରିଦର୍ଶନ ସମୟ

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୯ ତାରିଖରୁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଜନସାଧାରଣ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟ ଓ ସାମାଜିକ ଦୂରତ୍ୱ ରକ୍ଷାକରି ଏହାକୁ ବୁଲି ଦେଖି ପାରିବେ। ତେବେ କେନ୍ଦ୍ର ମଧ୍ୟକୁ ପ୍ରବେଶ ପାଇଁ ଆବଶ୍ୟକ ପଡିଲେ ପରିଦର୍ଶକଙ୍କ ସଂଖ୍ୟାକୁ କର୍ତ୍ତୃପକ୍ଷ ସୀମିତ କରିପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ନିକଟ ଭବିଷ୍ୟତରେ ଏହାର ପରିଦର୍ଶନକୁ ବନ୍ଦ ରଖାଯାଇଛି । ତେବେ ସେମାନେ ଭର୍ଚୁଆଲ ବ୍ୟବସ୍ଥାରେ ଦେଖିପାରିବେ। ଆସନ୍ତା ୧୩ ତାରିଖରେ ଏଥିପାଇଁ ପ୍ରଥମ ଭର୍ଚୁଆଲ ଟୁର୍‌ ବ୍ୟବସ୍ଥା କରାଯାଇଛି। ଏଥିରେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉପସ୍ଥିତ ରହିବେ। ଟିକେଟ ବୁକିଂ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଲଗ୍‌ ଇନ୍‌ କରନ୍ତୁ: କ୍ସଗ୍ଦଳ.ୟୟଙ୍ଗଗ୍ଦ.ଶକ୍ଟଙ୍ଖ.ସଦ୍ଭ

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories