www.samajalive.in
Monday, December 8, 2025
20.1 C
Bhubaneswar

କରଡ଼ାପଲ୍ଲୀକୁ କଣ୍ଟେନମେଣ୍ଟ, ଚଷାଆଁରା ସଟଡାଉନ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତର କରଡ଼ାପଲ୍ଲୀ ଗ୍ରାମରେ ଗତକାଲି ଗୋଟିଏ ପରିବାରରୁ ୮ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ସ୍ଥାନୀୟ ସରପଞ୍ଚ ଭବାନୀ ପ୍ରସାଦ ପଟ୍ଟନାୟକ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ସରକାରଙ୍କ କୋଭିଡ଼-୧୯ ନିୟମ ମୁତାବକ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଶୁକ୍ରବାର ସକାଳ ୭ଟାରୁ ଆସନ୍ତା ସୋମବାର ସକାଳ ୭ଟା ପର୍ୟ୍ୟନ୍ତ ୭୨ଘଣ୍ଟା ପାଇଁ ନିଜିଗଡ଼ ଗ୍ରାମ ପଞ୍ଚାୟତର ପିଇଟି କଲେଜ ଗେଟ ପାଖରୁ ଜଟିଆଣୀ ସାହି ଛକ ପର୍ୟ୍ୟନ୍ତ ସମସ୍ତ କରଡ଼ାପଲ୍ଲୀ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି। ଏଥି ସହିତ ଏହି ଅବଧିରେ କରଡ଼ାପଲ୍ଲୀ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଉକ୍ତ ଘୋଷଣା ନାମା ସମ୍ପର୍କରେ ସରପଞ୍ଚ ଆଠଗଡ଼ ଉପଜିଲ୍ଲାପାଳଙ୍କ ସହିତ ସ୍ଥାନୀୟ ପ୍ରଶାସନ, ପୁଲିସ, ଅଗ୍ନିଶମ ଆଦି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ସହ ଜନସାଧାରଣଙ୍କୁ ଏନେଇ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିବା ଜଣାପଡ଼ିଛି। ସେହିପରି ପୁରୁଣାତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ଗ୍ରାମରେ ଗତକାଲି ଜଣେ ସ୍ଥାନୀୟ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଉକ୍ତ ଗ୍ରାମକୁ ସ୍ଥାନୀୟ ସରପଞ୍ଚ ରଞନା ସାହୁ ଶୁକ୍ରବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ପର୍ୟ୍ୟନ୍ତ ୭୨ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ଜନସାଧାରଣ ଆବଶ୍ୟକୀୟ ସାବଧାନତା ଓ ସତର୍କତା ସହିତ ଘରେ ଆବଦ୍ଧ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories