www.samajalive.in
Sunday, December 7, 2025
15.1 C
Bhubaneswar

ବନବିଭାଗକୁ ହାତୀଙ୍କ ଖାଦ୍ୟ ଚିନ୍ତା; ଜଙ୍ଗଲରେ ଫୋପାଡିଲେ ‘ବାମ୍ବୋ ବଲ’

ଆଠଗଡ :  ଜଙ୍ଗଲରେ ପ୍ରାକୃତିକ ଖାଦ୍ୟାଭାବ ଯୋଗୁଁ ହାତୀ ଜନବସତିକୁ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସୁଛନ୍ତି। ବାଉଁଶ ପତ୍ର ଓ କଡି ହାତୀର ଅନ୍ୟତମ ପ୍ରିୟ ଖାଦ୍ୟ ଅଟେ ତେଣୁ ଜଙ୍ଗଲରେ ଯଥେଷ୍ଟ ପରିମାଣରେ ବାଉଁଶ ଗଛ କିପରି ଲଗାହେବ ଏବଂ ବାଉଁଶ ବଣ ବୃଦ୍ଧି ପାଇବ ସେଥିପାଇଁ ଆଠଗଡ ବନବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଉଛି। ଏହିକ୍ରମରେ ଆଠଗଡ ବନାଞ୍ଚଳ ପକ୍ଷରୁ ବନଖଣ୍ଡସ୍ଥିତ କେନ୍ଦ୍ରୀୟ ନର୍ସରୀରେ ସ୍ୱତନ୍ତ୍ର ଭାବେ ବାଉଁଶ ମଞ୍ଜିଯୁକ୍ତ ମାଟି ବଲ ତିଆରି ପ୍ରସ୍ତୁତ କରାଯାଇ ସେଗୁଡିକୁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ବିକ୍ଷିପ୍ତ ଭାବେ ପକାଯାଉଛି। ଏହି କ୍ରମରେ ଆଠଗଡ ବନାଞ୍ଚଳ ଅଧିକାରୀ ଆୟେଷା ଅଖତରୀ ନିଶାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁଠାରୁ ଅଧିକ ସଂଖ୍ୟାରେ ହାତୀ ଚଳପ୍ରଚଳ ହେଉଥିବା ସୁକାଶନ ଓ ବୌଦା-ବନଖଣ୍ଡି ଜଙ୍ଗଲରେ ପ୍ରସ୍ତୁତ କରାଯାଇଥିବା ବାଉଁଶ ବଲ ପକାଇବା ଆରମ୍ଭ ହୋଇଛି। ବାଉଁଶ ମଞ୍ଜିରୁ ବାଉଁଶ ଚାରା ପ୍ରସ୍ତୁତ କରାଯାଇ ତାକୁ ଜଙ୍ଗଲରେ ଲଗାଇ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ତେଣୁ ବାଉଁଶ ବଲ ପ୍ରସ୍ତୁତ ପ୍ରଣାଳୀ ସହଜ ହୋଇଥିବାରୁ ଏହାକୁ ବନବିଭାଗ ଆପଣେଇଥିବା ବନାଞ୍ଚଳ ଅଧିକାରୀ ସୁଶ୍ରୀ ଆୟେଷା ପ୍ରକାଶ କରିଛନ୍ତି।

- Advertisement -

ଏହି ପ୍ରଣାଳୀରେ ପ୍ରଥମେ ଦୋରସା ମାଟିରେ କିଛି ପରିମାଣର ଖତ ଓ ଗ୍ରାମାସିନ ମିଶାଇ ମାଟିକାଦୁଅ ପ୍ରସ୍ତୁତ କରାଯାଇଥାଏ ଓ ସେହି କାଦୁଆମାଟିରେ ପୂର୍ବରୁ ଭିଜା ଯାଇଥିବା ବାଉଁଶ ମଞ୍ଜିକୁ ମିଶାଇ ତାକୁ ଏକ ବଲ ଆକାରରେ ତିଆରି କରି ଶୁଖାଇ ଦିଆଯାଇଥାଏ। ସେଗୁଡିକ ଶୁଖିଲା ପରେ ପ୍ରସ୍ତୁତ ହୋଇଥିବା ସେହି ବାମ୍ବୋ ବଲକୁ ଜଙ୍ଗଲର ନିର୍ଦ୍ଧାରିତ ଖାଲିସ୍ଥାନରେ ପକାଯାଏ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ଏହିଭଳି ୫ହଜାର ବାମ୍ବୋ ବଲ ପ୍ରସ୍ତୁତ କରାଯାଇ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ଓ ଆଠଗଡ ଅଞ୍ଚଳରେ ଥିବା ଜଙ୍ଗଲ ଗୁଡିକରେ ପକାଇ ବାଉଁଶ ବଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଫଳରେ ହାତୀମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ମଧ୍ୟରେ ସୀମିତ ରଖାଯିବା ସହିତ ହାତୀ-ମଣିଷ ଲଢେଇକୁ ମଧ୍ୟ ପ୍ରତିହତ କରାଯାଇ ପାରିବ ବୋଲି ଏହି ପ୍ରକ୍ରିୟାକୁ ପ୍ରୋତ୍ସାହନ ହେଇଥିବା ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories