www.samajalive.in
Monday, December 8, 2025
27.1 C
Bhubaneswar

ଆଠଗଡରେ ପୁଣି ଜଣଙ୍କ ଝରକା ଗ୍ରିଲ ତାଡି ଚୋରି ଅଭିଯୋଗ

ଆଠଗଡ: ଆଠଗଡ ସହରାଞ୍ଚଳରେ ଗତ ୧ ମାସ ହେଲା ବଢିଚାଲିଥିବା ଚୋରି ଘଟଣା ଥମିବାର ନାଁ ଧରୁନାହିଁ। ଗତ ଏକମାସ ମଧ୍ୟରେ ଆଠଗଡ ସହର ଓ ନିକଟବର୍ତ୍ତୀ ରାଧଗୋବିନ୍ଦପୁର ପଞ୍ଚାୟତରେ ୧୩ଟି ଘରର ସମାନ ଶୈଳୀରେ ଝରକା ଗ୍ରିଲ ତାଡି ଚୋରି ଉଦ୍ୟମ କରାଯିବା ସହିତ ସେଥିମଧ୍ୟରୁ ୫ଟି ଘରୁ ପ୍ରାୟ ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ସୁନାରୂପା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଆଠଗଡ ଥାନାରେ ଅଭିଯୋଗ ହୋଇଥିଲା। ସେହି ସମାନ ଶୈଳୀରେ ଗୋପବନ୍ଧୁ ବିଜ୍ଞାନ କଲେଜ ପଛପଟରେ ଥିବା ଷୋଳଘରିଆ ଗ୍ରାମରେ ଘରକରି ରହୁଥିବା ଆଠଗ ବ୍ଲକର ସମବାୟ ସଂପ୍ରସାରଣ ଅଧିକାରୀ ହାଡିବନ୍ଧୁ ରଣାଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି। ନିଜ ମାଙ୍କର ବିୟୋଗ ଘଟିଥିବାରୁ ଶୁଦ୍ଧିକ୍ରିୟା କାର୍ୟ୍ୟରେ ହାଡିବନ୍ଧୁ ପରିବାର ସହ ନିଜ ଗ୍ରାମ ବାଙ୍କୀ ବ୍ଲକର ରତାଗଡ ଯାଇଥିଲେ। ଗୁରୁବାର ସକାଳେ ଫେରିବା ପରେ ତାଙ୍କ ଘରର ଝରକା ଗ୍ରିଲ ତଡା ହୋଇଥିବା, ବିଭିନ୍ନ କକ୍ଷର କବାଟ ତାଲା ଭଙ୍ଗା ଯାଇଥିବା ଏବଂ ଘର ମଧ୍ୟରେ ଆଲମାରୀ ଆଦି ଭଙ୍ଗାଯାଇ ଜିନିଷପତ୍ର ଏଣେତେଣ ବିଛାଡି ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ଘରେ ସେପରି କିଛି ଅଧିକ ମୂଲ୍ୟବାନ ଜିନିଷ ବା ନଗଦ ଟଙ୍କା ନଥିବାରୁ ଦୁର୍ବୁତମାନେ କେବଳ କେତେକ ଦାମିକା ଶାଢୀ ଓ ଅନ୍ୟ ଲୁଗାପଟା ନେଇଥିବା ହାଡିବନ୍ଧୁଙ୍କ ସୂତ୍ରରୁ ପ୍ରକାଶ।

ସୂଚନା ପାଇ ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ଥାନାର ପୁଲିସ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କୁ ଧରିବା କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇନାହାନ୍ତି। ପୂର୍ବରୁ ମଧ୍ୟ ଯେତେଗୁଡିଏ ସେହି ସମାନ ଶୈଳୀରେ ଗ୍ରିଲ ଭାଙ୍ଗି ଚୋରି ହୋଇଛି ସେ ସବୁ ଘଟଣାର ପର୍ଦ୍ଦାଫାସ କରିବା କିମ୍ବା ଚୋରଦଳଙ୍କୁ ଧରିବାରେ ପୁଲିସ ବିଫଳ ହୋଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସ ଉପରୁ ଲୋକଙ୍କର ଆସ୍ଥା ତୁଟିଯାଉଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories