www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସମ୍ମାନ, ସ୍ୱତଃ ଅଟକିଗଲା ଟ୍ରାଫିକ

ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ବୁଧବାର ସମ୍ବଲପୁର ଜିଲାରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଓ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ବିଭିନ୍ନ ସ୍ଥରରେ କରୋନା ଯୋଦ୍ଧା ମାନଙ୍କ ପାଇଁ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଛି। ବିଶେଷ କରି କରୋନା ଯୋଦ୍ଧା ମାନଙ୍କର ମାନବଜାତି ପ୍ରତି ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତେ ସ୍ୱତଃପ୍ରବୃତ୍ତ ଭାବରେ ସାମିଲ ହୋଇଥିଲେ। ଏହି ଅବସରରେ ସ୍ଥାନୀୟ ଜିଏମ କଲେଜ ଛକରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସନ୍ଧ୍ୟା ସମୟରେ ୬ଟା ସମୟରେ ଟ୍ରାଫିକ କର୍ମଚାରୀ ମାନେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରୁଥିବାର ଦେଖି ସେହି ରାସ୍ତାରେ ଟ୍ରାଫିକ ସ୍ୱତଃପ୍ରବୃତ୍ତ ଭାବରେ ଠପ ହୋଇଯାଇଥିଲା ଏବଂ ଜନତା ସ୍ୱତଃପ୍ରବୃତ୍ତ ଭାବରେ ଛିଡା ହୋଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଥିଲେ। ଏହା ସହିତ ସମ୍ବଲପୁର ଜିଲାବ୍ୟାପି ପୁଲିସ ବିଭାଗ ପକ୍ଷରୁ ଜିଲା ମୁଖ୍ୟାଳୟ ସମେତ ସମସ୍ତ ଥାନା ଗୁଡିକରେ ମଧ୍ୟ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇ ଯୋଦ୍ଧା ମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି।

- Advertisement -

ଏସପି ଡା. କନ୍ୱୱର ବିଶାଳ ସିଂହଙ୍କ ସମେତ ଜିଲାର ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହା ସହିତ ଅନେକ ବ୍ୟକ୍ତି ନିଜ ଘରେ ମଧ୍ୟ ଶପଥ ପାଠ କରିବା ସହିତ ନିଜ ପରିବାର ଓ ସୁରକ୍ଷା ପାଇଁ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ଶପଥ ନେଇଥିଲେ। ସେହିଭଳି କରୋନା ଯୋଦ୍ଧା ମାନଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ମଧ୍ୟ ବହୁ ବ୍ୟକ୍ତି ମତବ୍ୟକ୍ତ କରୁଥିବାର ଦେଖାଯାଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories