www.samajalive.in
Tuesday, December 9, 2025
17.1 C
Bhubaneswar

ଆଇଏଏସ୍ ହେବାର ସ୍ବପ୍ନ: ଦୁଇଥର ଆଇପିଏସ୍ ପାଇବା ପରେ ବି ବୁଝିଲାନି ମନ

ଥରେ ନୁହେଁ, ଦୁଇଦୁଇଥର ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଆଇପିଏସ୍ ପାହ୍ୟା ମିଳିଲା । ହେଲେ ନିଧି ବଂଶଲଙ୍କ ସ୍ବପ୍ନ ଓ ଲକ୍ଷ୍ୟ ଥିଲା ଭିନ୍ନ ।  ଆଇପିଏସ୍ ନୁହେଁ, ଆଇଏଏସ୍ ହେବାର ସ୍ବପ୍ନ ଥିଲା ତାଙ୍କର ଆଉ ଏଥିପାଇଁ ସେ ଚଳାଇଥିଲେ ଉଦ୍ୟମ । ଶେଷରେ ତାଙ୍କ ଲକ୍ଷ୍ୟ ସାକାର ହେଲା । ଗତକାଲି ୟୁପିଏସସି ପରୀକ୍ଷାରେ ୨୩ତମ ସ୍ଥାନ ଅଧିକାର କରିଥିବା ନିଧି ବଂଶଲଙ୍କ କାହାଣୀ ଟିକିଏ ଭିନ୍ନ । ସେ ସାରା ଦେଶରେ କେବଳ ୨୩ତମ ସ୍ଥାନ ସହ ନିଜ ରାଜ୍ୟ ମଧ୍ୟପ୍ରଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଅବଶ୍ୟ ଏଥିପାଇଁ ଢ଼େର ଉଦ୍ୟମ କରିବାକୁ ପଡ଼ିଛି । ୫ମଥର ପରୀକ୍ଷା ଦେବା ପରେ ତାଙ୍କୁ ଏହି ସଫଳତା ମିଳିଛି । 
ନିଧିଙ୍କ ସୂଚନା ଅନୁସାରେ ସେ ପିଲାଦିନରୁ ଆଇଏଏସ୍ ହେବାକୁ ସ୍ବପ୍ନ ଦେଖୁଥିଲେ । ଏଥିପାଇଁ ପ୍ରସ୍ତୁତି କରିଥିଲେ । ୨ଥର ଆଇପିଏସ୍ ପାଇଥିଲେ । ମାତ୍ର ତାଙ୍କ ମୁଣ୍ଡରେ ଆଇଏଏସ୍ ହେବାର ଭୂତ ପଶିଥିଲା । ସେଥିପାଇଁ ସେ ଚେଷ୍ଟା ଚଳାଉଥିଲେ । ଶେଷରେ ଏଥର ସଫଳତା ତାଙ୍କ ହାତରେ ଲାଗିଥିଲା । ଏହା ପୂର୍ବରୁ ସେ ଦ୍ବିତୀୟ ପ୍ରଚେଷ୍ଟାରେ ୨୦୧୬​‌ରେ ଆଇପିଏସ୍ ପାଇଥିଲେ । ଝାଡ଼ଖଣ୍ଡରେ ଅତିରିକ୍ତ ଏସପି ଭାବରେ ନିଯୁକ୍ତି ପାଇଥିଲେ । ପୁନର୍ବାର ୨୦୧୭ରେ ମଧ୍ୟ ସେ ଆଇପିଏସ୍ କ୍ୟାଡ଼ର ନିମନ୍ତେ ବଛା ଯାଇଥିଲେ ।  ୨୦୧୮ରେ ସେ ପୁଣି ସିଭିଲ୍ ସର୍ଭିସ ପରୀକ୍ଷା ଦେଇଥିଲେ । ମାତ୍ର ଦୁର୍ଯୋଗକୁ ସେ କୌଣସି ରାଙ୍କ ପାଇ ନ ଥିଲେ । ମାତ୍ର ସେ ହାରି ଯାଇ ନ ଥିଲେ ଓ ୨୦୧୯ରେ ୫ମ ଥର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଚଳିତ ଥର ସେ ସର୍ବଭାରତୀୟସ୍ତରରେ ୨୩ ତମ ସ୍ଥାନ ଦଖଲ କରିଛନ୍ତି ଓ ତାଙ୍କର ଆଇଏଏସ୍ ହେବା ସ୍ବପ୍ନ ସଫଳ ହୋଇଛି ।  ପିତା ଗିରିରାଜ ବଂଶଲଙ୍କ ସୂଚନା ଅନୁସାରେ ନିଧି ୨୦୧୧ରେ ଚେନ୍ନଇରୁ ବିଟେକ୍ ଡ଼ିଗ୍ରୀ ପରେ ୨୦୧୩ରେ ବେଙ୍ଗାଲୁରରେ ଚାକିରି ଆରମ୍ଭ କରିଥିଲେ । କିନ୍ତୁ ସେ ଚାକିରି ଛାଡ଼ି ଦିଲ୍ଲୀରେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲେ । ୨୦୧୬ରେ ସେ ଆଇପିଏସ୍ ପାଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories