www.samajalive.in
Tuesday, December 9, 2025
16.1 C
Bhubaneswar

ଗାଙ୍ଗୁଲି, ଶାହାଙ୍କ କାର୍ୟ୍ୟକାଳ ବୃଦ୍ଧି ବିପକ୍ଷରେ ସୁପ୍ରିମ୍‌କୋର୍ଟରେ ଅପିଲ

ନୂଆଦିଲ୍ଲୀ : ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଯାଇଛି। ଏହାକୁ ୨୦୨୫ ପର୍ୟ୍ୟନ୍ତ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ବିସିସିଆଇ ଆବେଦନ କରିଛନ୍ତି। ତେବେ ଏହି ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ପାଲଟା ଆବଦେନ କରିଛନ୍ତି ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍‌ର ଆଜୀବନ ସଦସ୍ୟ ନରେଶ ମଲ୍‌କାନୀ।

ଲୋଧା କମିଟି ସୁପାରିସ ଅନୁସାରେ ଉଭୟ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇର କାର୍ୟ୍ୟକାଳକୁ ମିଶାଇ ଉଭୟ ଗାଙ୍ଗୁଲି ଓ ଜୟ ଶାହା ୬ବର୍ଷ ପୁରଣ କରିସାରିଛନ୍ତି। ତେବେ ବିସିସିଆଇର ଏସ୍‌ଜିଏମ୍‌ରେ ଏହାର ସମ୍ବିଧାନ ସଂଶୋଧନ କରି ରାଜ୍ୟ ଆସୋସିଏସନ୍‌ ଓ ବିସିସିଆଇର କର୍ୟ୍ୟକାଳ ପୃଥକ୍‌ କରିବାକୁ ପ୍ରସ୍ତାବ ଗୃହିତ ହୋଇଯାଇଛି। ଏପରି ହେଲେ ଉଭୟ ଗାଙ୍ଗୁଲି ଓ ଜୟ ଶାହା ୨୦୨୫ ପର୍ୟ୍ୟନ୍ତ ବିସିସିଆଇର କର୍ମକର୍ତ୍ତା ରହିପାରିବେ।

- Advertisement -

ଏହାର ଅନୁମତି ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବିସିସିଆଇ। ତେବେ ଲୋଧା କମିଟି ସୁପାରିସରେ ପରିବର୍ତ୍ତନ କରିବାର କ୍ଷମତା ବିସିସିଆଇର ନାହିଁ ବୋଲି ଦର୍ଶାଇ ମଲ୍‌କାନୀ ସୁପ୍ରିମ୍‌କୋର୍ଟରେ ବିସିସିଆଇର ଆବେଦନକୁ ଚାଲେଞ୍ଜ କରିଛନ୍ତି।

ମଲ୍‌କାନୀଙ୍କ ଏହି ଆବେଦନ ପରେ ଗାଙ୍ଗୁଲି ଓ ଶାହା ବିସିସିଆଇରେ ୨୦୨୫ ପର୍ୟ୍ୟନ୍ତ ରହିବା ପାଇଁ ଯେଉଁ ଆଶା ବାନ୍ଧି ବସିଥିଲେ ତାହା ଏବେ ସଂକଟରେ ପଡ଼ିଯାଇଛି। ପରବର୍ତ୍ତୀ ତାରିଖରେ ଏହାର ଶୁଣାଣି କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories