www.samajalive.in
Friday, December 12, 2025
19.1 C
Bhubaneswar

କରୋନା କଟକଣା ଯୋଗୁ ହ୍ରାସ ପାଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ‘କରୋନା କଟକଣା ଯୋଗୁ ଦେଶର ମହାନଗରଗୁଡ଼ିକରେ ପ୍ରଦୂଷଣ ହାର ହ୍ରାସ ପାଇଛି। ବିଶେଷ କରି ଦିଲ୍ଲୀ, ମୁମ୍ବାଇ, କଲକାତା ଓ ବେଙ୍ଗାଲୁରୁର ପ୍ରଦୂଷଣ ହାର ଇତିମଧ୍ୟରେ ୩୦ ପ୍ରତିଶତ ହ୍ରାସ ପାଇଛି। ୨୦୨୪ ସୁଦ୍ଧା ଭାରତ ପ୍ରମୁଖ ପ୍ରାନ୍ତରେ ପ୍ରଦୂଷଣ ହାରକୁ କମ୍‍ କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯିବାର ପ୍ରସ୍ତୁତି ହେଉଥିଲା। ଏଥିପାଇଁ କୋଟିକୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତି ହୋଇଥିବାର ଜଣାପଡ଼ିଛି। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଟ୍‍ଡାଉନ୍‍, ଲକ୍‍ଡାଉନ୍‍, କଣ୍ଟେନ୍‍ମେଣ୍ଟ ଜୋନ୍‍, ବଫରଜୋନ୍‍, ହଟ୍‍ସ୍ପଟ୍‍ ଜୋନ୍‍ ଘୋଷଣା କରାଯାଇଥିଲା। ଏଥିପାଇଁ ସର୍ବସାଧାରଣରେ ଲୋକଙ୍କ ଯିବାଆସିବା, ଦୋକାନବଜାର ଖୋଲିବା ଓ ଗାଡ଼ିମଟର ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା। ଫଳରେ ବିନା ଖର୍ଚ୍ଚରେ ଭାରତରେ ପ୍ରଦୂଷଣ ହାର ୩୦ ପ୍ରତିଶତ ତଳକୁ ଖସିଆସିଛି ବୋଲି ରେସ୍ପିରର୍‍ ଲିଭିଙ୍ଗ ସାଇନ୍ସ ଆଣ୍ଡ୍‍ କାର୍ବନ୍‍ କପି’ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି। ଏବେ ଦେଶର ବିଭିନ୍ନ ସହରରେ ହୋଇଥିବା ସପ୍ତାହନ୍ତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍କୁ ଅଧିକାଂଶ ସ୍ୱାଗତ କରିଛନ୍ତି। ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ କାରଣରୁ ବ୍ୟବସାୟ ଓ ଚାକିରି ପ୍ରଭାବିତ ହୋଇଛି, କିନ୍ତୁ କରୋନା ଭୂତାଣୁର ଭୟାବହତାକୁ ରୋକିବା ସହ ପରିବେଶ ମଧ୍ୟ ନିର୍ମଳ ହୋଇପାରିଛି। କରୋନା କଟକଣା ଯୋଗୁ ଲୋକେ ଚାଲି ଚାଲି କିମ୍ବା ସାଇକଲ୍‍ ଧରି ବଜାରକୁ ଯିବଆସିବା କରୁଛନ୍ତି। ଆବଶ୍ୟକ ସ୍ଥଳରେ ଗାଡ଼ିମଟର ବ୍ୟବହାର କରୁଛନ୍ତି। ତେଣୁ ପ୍ରଦୁଷଣ ହାର କମୁଛି ବୋଲି ବିଶେଷଜ୍ଞମାନେ ମତବ୍ୟକତ କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories