www.samajalive.in
Thursday, December 11, 2025
23.1 C
Bhubaneswar

କରୋନା ପ୍ରଭାବ : ଏଣିକି ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାୟର ହେବ ମାମଲା

କଟକ : କରୋନା କାଳରେ ହାଇକୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅତି ଗୁରୁତ୍ତ୍ବପୂର୍ଣ୍ଣ ମାମଲା ଥିଲେ ଏଣିକି ଡ୍ରପ ବକ୍ସ ଜରିଆରେ ଲୋକମାନେ ହାଇକୋର୍ଟରେ ମାମଲା ଦାଏର କରିପାରିବେ । ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ପରିସରରେ ଏହି ଡ୍ରପ୍‌ ବକ୍ସ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ସୋମବାର ହାଇକୋର୍ଟ ପରିସରରେ ଏହି ଡ୍ରପ ବକ୍ସ ବସିବ । ଦିନ ୧୦ଟାରୁ ୧ଟା ମଧ୍ୟରେ ବକ୍ସରେ ଆବେଦନକାରୀ କାଗଜପତ୍ର ଦେଇପାରିବେ । କିନ୍ତୁ କାହିଁକି ମାମଲାଟି ଗୁରୁତ୍ତ୍ବପୂର୍ଣ୍ଣ, ସେ ସମ୍ପର୍କରେ ଆବେଦନକାରୀଙ୍କୁ ଏକ ମେମୋ ପିଟିସନ କପି ସହ ଡ୍ରପ ବକ୍ସରେ ଦେବାକୁ ପଡିବ ବୋଲି ଜଣାପଡିଛି । ଡ୍ରପ ବକ୍ସ ଜରିଆରେ ପିଟିସନ ଦାଖଲ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ସବୁ ପ୍ରକାର କୋଭିଡ୍ କଟକଣାକୁ କଡାକଡି ପାଳନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା କଟକଣା କାରଣରୁ ପୂର୍ବରୁ ହାଇକୋର୍ଟରେ ମାମଲାର ଇ-ଫାଇଲିଂ ପୋର୍ଟାଲ ଜରିଆରେ ଜାରି ରହିବ । ସେହିପରି ଇ-ମେଲ୍ ଯୋଗେ ଲୋକମାନେ efiling.od-hc@gov.in ମେଲ୍ ଆଇଡିରେ ପିଡିଏଫ୍ ଫର୍ମାଟରେ ମାମଲା ଦାଏର କରିପାରିବେ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories