www.samajalive.in
Sunday, December 7, 2025
15.1 C
Bhubaneswar

ଚାରିଆଡେ ପଡ଼ିଛି ପିପିଇ କିଟ ଓ ଗ୍ଳୋବସ୍‍ , ସଂକ୍ରମଣ ନେଇ ଅଂଚଳବାସୀ ଆତଙ୍କିତ

ଫୁଲବାଣୀ : କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ପଂଚାୟତର ଗୁଡ୍ରିଗାଁ ଓ ଖଜୁରୁପଡା ଅଂଚଳରେ କରୋନା ପରିଚାଳନାରେ ବ୍ୟବହୃତ ପିପିଇ ଫୋପଡା ଯାଇଥିବା ଦେଖିବାକୁ ମିଳିଛି। ଗୁଡ୍ରିଖୋଲ ଗାଁ ନିକଟରେ ଥିବା ଏକ ପୋଲ ତଳେ ପ୍ରାୟ ୫ଟି ବ୍ୟବହୃତ ପିପିଇ ଗତ କାଲି ସନ୍ଧ୍ୟାରେ ପଡିଥିବା ଦେଖିବାକୁ ବେଳେ କିଛି ଭାସିଯାଇ ନିକଟ ବିଲରେ ଲାଗିଥିବା ମଧ୍ୟ ଦେଖାଯାଇଥିଲା। କିଏ ଓ କାହିଁକି ଏସବୁ ପିପିଇ ସେଠାରେ ଫୋପଡିଛି ତାହା ଜଣା ପଡି ନାହିିଁ। ତେବେ ସେଠାରେ ପଡିଥିବା ପିପିଇ ଦେଖି ସେହି ଅଂଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଉକ୍ତ ନାଳ ପାଣିକୁ ଲୋକ୍‍ ଗାଧୁଆ ଓ ଶୌଚପାଇଁ ବ୍ୟବହାର କରୁଥିବା ବେଳେ ବ୍ୟବହୃତ ପିପିଇ ପଡିଥିବାରୁ କରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି ହେଇଛି। ଏଥି ସହ ବିଲକୁ ଯିବାକୁ ମଧ୍ୟ ଚାଷୀ ଡରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗକୁ ଖବର ଦିଆ ଯାଇଥିଲା। ତେବେ ରାତିରେ କେହି ଉକ୍ତ ପିପିଇ ଗୁଡିକୁ ପୋଡି ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଓଦା ହୋଇ ଯାଇଥିବାରୁ ତାହା ଦରପୋଡା ହୋଇ ରହିଥିବା ସକାଳୁ ଦେଖା ଯାଇଥିଲା। ଏହାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା। ତୁରନ୍ତ ପିପିଇ ଗୁଡିକୁ ନଷ୍ଟ କରିବା ସହ ଅଂଚଳକୁ ସାନିଟାଇଜ୍‍ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଖଜୁରିପଡା ତହସିଲ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ କୁଅରେ ମଧ୍ୟ କିଛି ବ୍ୟବହୃତ ପିପିଇ ଓ ଗ୍ଲୋବସ୍‍ ପଡିଥିବା ଦେଖିବାକୁ ମିଳିଛି। ଉକ୍ତ କୁଅ ଅବ୍ୟହୃତ ହୋଇ ପଡିଥିଲେ ମଧ୍ୟ ସେଠାରେ ପିପିଇ ପକାଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଦେଖା ଦେଇଛି। ତୁରନ୍ତ ତାହାକୁ ନଷ୍ଟ କରି ଅଂଚଳକୁ ସାନିଟାଇଜ୍‍ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରେ ପିପିଇ ବ୍ୟବହାର ପରେ ତାହାକୁ ପୋଡି ଦେଇ କିମ୍ବା ପୋତି ଦେଇ ନଷ୍ଟ କରିଦେବା କଥା। ସେସବୁ କିଏ ସେଠାରେ ଫୋପାଡିଛି ତାହା ଜାଣିବା କଷ୍ଟ। କାରଣ ସ୍ୱାସ୍ଥ୍ୟ ବିଭାଗର କର୍ମୀଙ୍କ ସମେତ ବିଭିନ୍ନ କୋଭିଡ୍‍ ପରିଚାଳନାରେ ନିଯୁକ୍ତ ଅନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ପିପିଇ ବ୍ୟବହାର କରୁଛନ୍ତି। ତେବେ ସେସବୁ ତୁରନ୍ତ ପୋଡିଦେଇ ନଷ୍ଟ କରିଦେବାକୁ ସେ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ସହିପରି କୋଟଗଡ଼ ଥାନା ଅନ୍ତର୍ଗତ ଥାନା ଓ ଅଗ୍ନିଶମ ବିଭାଗ ପାଚେରି ନିକଟରେ ଏକ ପିପିଟି ପଡ଼ିଥିବା ଯୋଗୁଁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶି ଯାଇଛି। ତେବେ ଏହା କିଏ ଓ କେଉଁ ପରିସ୍ଥିତିରେ ସେଠାରେ ପକାଇଛନ୍ତି ତାହା ଜଣାପଡ଼ି ନ ଥିବା ବେଳେ ଖୋଦ୍‍ ବିଭାଗ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଛନକା ପଶି ଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories