www.samajalive.in
Saturday, December 6, 2025
19.1 C
Bhubaneswar

ବିପଦରେ ଡେମପଡା ଡ୍ୟାମ୍‍, ଭୟରେ ସ୍ଥାନୀୟ ବାସିନ୍ଦା

ବଲାଙ୍ଗିର: ବିପଦ ସଙ୍କୁଳ ଅବସ୍ଥାରେ ଡେମପଡା ଡ୍ୟାମ୍‍। ଏ ନେଇ ଏଠିକାର ଲୋକେ ଆଶଙ୍କା ପ୍ରକାଶ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଗତବର୍ଷ ବନ୍ୟାରେ ଡ୍ୟାମ୍‍ ଭିତରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ୍‍ ଭୁଷୁଡି ପଡିଥିବା ବେଳେ ଏଥର କିନ୍ତୁ ମୁଖ୍ୟ ଡ୍ୟାମର ସ୍ଥିତି ଅଲଗା ରହିଛି। ଡ୍ୟାମର ଯେଉଁ କଂକ୍ରିଟ ରହିଛି ତାର ଅଂଶ ଗୁଡିକ ନଷ୍ଟ ହେଉଥିବା ବେଳେ ଛଡ ଗୁଡିକ ବାହାରି ପଡିଲାଣି। ଏପରିକି ଉପର ସ୍ତର ନଷ୍ଟ ହୋଇଗଲାଣି। ଡ୍ୟାମକୁ ପ୍ରତ୍ୟେହ ଗାଧୋଇବାକୁ ଆସୁଥିବା ଲୋକେ ଏଠାରୁ ଅନ୍ୟ ସ୍ଥାନରେ ଗାଧୋଉଥିବା ଦେଖାଦେଇଛି। ଏପରିକି ଏହି ଡ୍ୟାମରେ ପର୍ୟ୍ୟାପ୍ତ ପରିମାଣରେ ପାଣି ଥିବା ବେଳେ ବଡ ଧରଣର ବର୍ଷା ହେଲେ ଏଭଳି ବିପଦକୁ ଏଡାଇ ଦିଆଯାଇ ନ ପାରେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ମତପ୍ରକାଶ ପାଉଛି। ଏ ନେଇ ବିଭାଗ ପକ୍ଷରୁ ଯଥାଶୀଘ୍ର ଆବଶ୍ୟକୀୟ ମରାମତି କରିବାକୁ ଦାବି ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories