www.samajalive.in
Thursday, December 11, 2025
27.1 C
Bhubaneswar

ଯମୁନା ଜୋର ଡ୍ୟାମ ତଳି ଅଂଚଳରେ ଜଳସେଚନ ଶୂନ, ଜମି ଫାଟି ଆଁ

ଟିଟିଲାଗଡ଼ : ଟିଟିଲାଗଡ ସହର ମୁଣ୍ଡରେ ପ୍ରାୟ ୨୦ ବର୍ଷ ପୁର୍ବରୁ ଚିରସ୍ରୋତା ଲକ୍ଷ୍ମୀ ଜୋରକୁ ବାନ୍ଧି ଯମୁନା ଡ୍ୟାମର ପରିକଲ୍ପନା କରାଯାଇଥିଲା। ଏହା ସହ କେନାଲ ଯୋଗେ ବାଙ୍କେଲ ଡ୍ୟାମ ସହ ସଂଯୋଗ ହୋଇ ହରିତକ୍ରାନ୍ତି ସୁଯୋଗ ସୃଷ୍ଟି ହେବ ବୋଲି ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଅଂଚଳର ଚାଷୀ ଉତ୍ସାହିତ ହୋଇ ପଡିଥିଲେ। ହେଲେ ଯମୁନା ଡ୍ୟାମରୁ ସିହିନି ଗ୍ରାମପଂଚାୟତ ଅନ୍ତର୍ଗତ କୁମୁଡା, କେନ୍ଦୁମୁଣ୍ଡି, ଉଦେପୁର ତଥା କତରକେଲା ଗ୍ରାମପଂଚାୟତ ଦେଇ କେନାଲ ସଂଯୋଗ ହୋଇଥିବା ଲୁଥୁରବନ୍ଧ ଗ୍ରାମପଂଚାୟତ ପର୍ଯ୍ୟନ୍ତ ପାଣି ନପହଂଚି ଏପରିକି ଖରିଫରେ ଚାଷ ଜମି ଫାଟି ଆଁ କରିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟରେ ଅନ୍ତର୍ଲା ତଥା ଘୋଡାର ପଂଚାୟତ ଅଂଚଳର ଚାଷୀ ମଧ୍ୟ ପାଣି ପାଉନାହାନ୍ତି। ଟିଟିଲାଗଡ ଠାରେ ଜଳସେଚନ ବିଭାଗ ଡିଭିଜନ ତଥା ସବଡିଭିଜନ କାର୍ଯ୍ୟାଳୟ ଖୋଲି ବାଙ୍କେଲ ବୃହତ ଜଳସେଚନ ପ୍ରକଳ୍ପ ଏବଂ ଯମୁନା ଜୋର ଡ୍ୟାମ ନିର୍ମାଣ କାର୍ଯ୍ୟ ହୋଇଥିଲା। ଏନେଇ କୋଟିକୋଟି ଟଙ୍କା ସରକାରୀ ଅର୍ଥ ଶ୍ରାଦ୍ଧ ହୋଇଛି। ଟିଟିଲାଗଡ ବ୍ଲକ ଅଂଚଳରେ କେନାଲ ନିର୍ମାଣ ପାଇଁ ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ ସହ କ୍ଷତିପୁରଣ ଦିଆଯାଇଛି। କେନାଲ ପାଣି ଯିବା ପାଇଁ ରାସ୍ତାରେ ବିଭିନ୍ନ ଜୋର ଉପରେ ସ୍ୱତନ୍ତ୍ର ପୋଲ ନିର୍ମାଣ କରାଯାଇଛି। ହେଲେ ସବୁ ବ୍ୟବସ୍ଥା କେବଲ ଇତିହାସର ସ୍ମୃତି ହୋଇ ରହିଯାଇଥିବା ବେଳେ ମୁଖ୍ୟ ଉଦ୍ଦେଶ୍ୟ ଚାଷୀଙ୍କ ଜମିକୁ ଜଳସେଚନ କିନ୍ତୁ କାଗଜକଲମରେ ରହିଯାଇଥିବା ଟିଟିଲାଗଡ ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁ ଅଭିଯୋଗ କରିଛନ୍ତି। ସମ୍ପ୍ରତି ବର୍ଷାଭାବ ନେଇ ଚାଷ ଜମି ଫାଟି ଆଁ କରିଥିବା ବେଳେ ଅଭିଯୋଗ କରିବାକୁ ବିଭାଗୀୟ ସମସ୍ତ କାର୍ଯ୍ୟାଳୟ ଉଠିଯାଇଛି। ପୋତି ହୋଇଯାଇଥିବା କେନାଲ, ବିରାଟ ଡିଭିଜନ, ସବଡିଭିଜନ କାର୍ଯ୍ୟାଳୟ କୋଠା, ନିବାସ, ଡାକବଙ୍ଗଲା ସଙ୍କେତ ଭାବରେ ଭୁତକୋଠି ଭଳି ରହିଥିବା ଅଭିଯୋଗ ହୋଇଛି। ଜଳସେଚନ ଯୋଜନା ନାମରେ ସରକାରଙ୍କ କୋଟିକୋଟି ଟଙ୍କା ପାଣିରେ ପଡି ଚାଷୀ ଯେଉଁ ତିମିରକୁ ସେହି ତିମିରରେ ଘାନ୍ଟି ହେଉଛନ୍ତି। ଏନେଇ ତୁରନ୍ତ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ ନକଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବ୍ଲକ ସରପଂଚ ସଂଘ ତଥା ଚାଷୀନେତା ଚେତାବନୀ ଦେଇଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories