www.samajalive.in
Monday, December 8, 2025
20.1 C
Bhubaneswar

ବରପାଲିରେ ତ୍ରିଦିବସୀୟ ସଟଡ଼ାଉନ

ବରପାଲି: ସାରା ବିଶ୍ୱ ଆଜି କରୋନା ସଂକ୍ରମଣ ରୋକିବା ଦିଗରେ ଚିନ୍ତିତ ରହିଥିବା ବେଳେ ଓଡ଼ିଶା ରାଜ୍ୟରେ ମଧ୍ୟ ଏହି ମହାମାରୀ ଧିର ମନ୍ଥର ଗତିରେ ଅଗ୍ରଗତି ନେଇ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବର୍ତ୍ତମାନ ପରିସ୍ଥିତିରେ ବରଗଡ଼ ଜିଲ୍ଲାର ସମସ୍ତ ୧୨ବ୍ଲକ ସଂକ୍ରମଣର ଶିକାର ହେବାକୁ ବସିଲାଣି। ଏହି ଭୟାନକ ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନିଆ ସଟଡ଼ାଉନ ଘୋଷଣା ହୋଇ ମଧ୍ୟରାତ୍ରରୁ ପାଳନ ଆରମ୍ଭ ହୋଇଥିଲା।

ଏହି ଅବସରରେ ବରପାଲି ଏନଏସି ଅଞ୍ଚଳକୁ ଗତ ମଧ୍ୟରାତ୍ରରୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଯାନବାହାନ ତଥା ଅସ୍ଥାୟୀ ଦୋକାନ ମାନ ବନ୍ଦ ରହିଥିଲା। ରାସ୍ତାଘାଟ ଶୁନଶାନ ରହିଥିବା ସମୟରେ କାଁଭାଁ ଜଣେ ଅଧେ ଲୋକ ନିଜର ବ୍ୟକ୍ତିଗତ କାର୍ୟ୍ୟରେ ବାଇକ କିମ୍ବା ଚଲାପଥରେ ଯାତାୟତ ହେଉଥିବା ପରିଲକ୍ଷିତ ହୋଇଥିଲା। ରେଲୱେ ପ୍ଲାଟଫର୍ମ ଅଞ୍ଚଳ ମଧ୍ୟ ଜନ ମାନବ ଶୂନ୍ୟ ରହିଥିବା ବେଳେ କର୍ମଚାରୀ ମାନେ ନିଜ କର୍ତ୍ତବ୍ୟ ଜାରି ରଖିଥିବା ଦେଖାଯାଇଥିଲା।। ସେହିପରି ସ୍ୱତଃପ୍ରବୃତଃ ଭାବରେ ଗ୍ରାମାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପ୍ରଭାବରେ ରାସ୍ତା ଘାଟ ଖାଁଖା ଲାଗୁଥିବା ବେଳେ ବ୍ୟବହାରିକ କିଣାବିକା କାର୍ୟ୍ୟକ୍ରମ ସ୍ଥଗିତ ରଖାଯାଇଥିଲା। କୋଭିଡ଼-୧୯ର ଭୟ ଧିରେଧିରେ ତାର ପରାକ୍ରମ ଦେଖାଉଥିବାରୁ ଲୋକଙ୍କ ମନରେ ଏକ ଅଜଣା ଆତଙ୍କ ଘର କରି ମନକୁ ଅସ୍ଥିରତା ମଧ୍ୟରେ ବାନ୍ଧି ରଖିଥିବା ଦେଖାଯାଉଛି। ବିଭିନ୍ନ ସମୟରେ ପ୍ରସାସନିକ ସଟଡ଼ାଉନ ନିର୍ଦେଶ ମୂଖ୍ୟତଃ ଛୋଟଛୋଟ ଦୋକାନୀ ଓ ଅସ୍ଥାୟୀ ଠେଲାବାଲାଙ୍କ ସହ ଦିନ ମଜୁରିଆ ଓ ଟେମ୍ପୋ, ରିକ୍ସାବାଲାଙ୍କ ସହିତ ହୋଟେଲ କର୍ମଚାରୀ ତଥା ଛୋଟ ଭିନ୍ନଭିନ୍ନ ବର୍ଗର ବେପାରୀ ମାନଙ୍କୁ ହତୋତ୍ସାହିତ କରୁଥିବା ବେଶ ଜଣାପଡ଼ୁଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories