ମୁରିବାହାଲ: ମୁରିବାହାଲ ତହସିଲ ଅଂଚଳରେ ଲକଡାଉନ ସମୟରେ ମଧ୍ୟ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି। ମୁରିବାହାଲ ବ୍ଲକକୁ ନିତିଦିନ ଟିକ୍ରାପଡା ସ୍ଥିତ ଲାନ୍ଥନଦୀ ଏବଂ ଗୁଲମି ଜଙ୍ଗଲ ମଧ୍ୟରେ ଥିବା ଅନେକ ନାଳରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ କରି ବ୍ଲକର ବିଭିନ୍ନ ସ୍ଥାନକୁ ତଥା କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଂଚଳକୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଚୋରା ଚାଲାଣ କରୁଥିବା ଟ୍ରାକ୍ଟର ମାନଙ୍କୁ ରୋକିବା ପାଇଁ ମୁରିବାହାଲ ତହସିଲଦାର ନାରାୟଣ ସାହୁ ଶନିବାର ସକାଳୁ ପ୍ରାୟ ୮.୩୦ସମୟରେ ଗୁଡିଗାଟ ଗାଁ ପାଖରେ କଣ୍ଟାବାଞ୍ଜିର ବଣ୍ଟି ଅଗ୍ରୱାଲ ଗୋଟିଏ ଟ୍ରାକ୍ଟର ଓ ଚିନ୍ତୁ ଅଗ୍ରୱାଲ ଓଡି ୦୩ଜେ୨୭୮୯, ଓଓଡି୦୩ ୩୫୭୮, ଓଡି୧୭ଇ୧୯୮୦, ଏହିପରି ତିନୋଟି ଟ୍ରାକ୍ଟର ଜବତ କରି ୨୦ହଜାର ଟଙ୍କା ଜରିମାନା ଆଦାୟ କରି ଟ୍ରାକ୍ଟରକୁ ଛାଡି ଦିଆଯାଇଥିବା ଥିବା ମୁରିବାହାଲ ତହସିଲଦାର ନାରାୟଣ ସାହୁ ସୂଚନା ଦେଇଛନ୍ତି।
Popular Categories



