ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତର ଜଣେ ଗରିବ ଲୋକର ଘର ପୋଡି ଯାଇଥିବା ଜାଣିବା ପରେ ଆଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ସେଖର ସାହୁ ସହାୟତା ଯୋଗାଇ ଦେଇଛନ୍ତି। ସେହି ଅସହାୟ ପରିବାରକୁ କିଛି ଆର୍ଥିକ ସହାୟତା ଦେବା ସହିତ ସରକାରୀ ସହାୟତା କିପରି ମିଳିପାରିବ ସେ ନେଇ ଚେଷ୍ଠା କରିବାକୁ ପ୍ରତିଶୃତି ଦେଇଛନ୍ତି। ଗତ ୨୯ତାରିଖ ଥାନୁଆଳ ଗ୍ରାମର କେଦାର ମଳିକଙ୍କ ଘରେ ନିଆଁ ଲାଗିଯିବା କାରଣରୁ ଦୁଇ ବଖରା ଚାଳଘର ପୋଡିଯାଇଛି। ଏହି ପରିବାର ଅନେକ ଅସୁବିଧାରେ ରହିଛନ୍ତି। ଗାଇ ଚରାଇ ପରିବାର ପ୍ରତିପୋଷଣ କରୁଥିବା
କେଦାର ଏବେ ସରକାରି ସାହାଯ୍ୟକୁ ଅପେକ୍ଷା କରିଛି। ଭଙ୍ଗା ଦରପୋଡା ଘରେ ପାଲ ପକାଇ ରହୁଥିବା ବେଳେ ଦିନେ ଖାଇଲେ ଦୁଇ ଓଳି ଉପାସ। ଏଭଳି ସମୟରେ ଖବର ପାଇ ଟ୍ରଷ୍ଟର ସମ୍ପାଦକ ସେଠାରେ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେଇ ଅର୍ôଥକ ସହାୟାତା ଦେଇଥିଲେ। ଏଥି ସହିତ ସାଥିରେ ନେଇଥିବା କିଛି ଶୁଖିଲା ଖାଦ୍ୟ ପଦାର୍ଥ ଦେଇଥିଲେ।



