www.samajalive.in
Monday, December 8, 2025
27.1 C
Bhubaneswar

ମଦ ନ ପାଇ ପିଇଲେ ସାନିଟାଇଜର, ଚାଲିଗଲା ୯ ଜଣଙ୍କ ଜୀବନ

ମଦ ପାଇଁ ଲୋକ ବିକଳ । ମଦ ନ ମିଳିବାରୁ ବିକଳରେ ସାନିଟାଇଜର ପିଇ ୯ଜଣଙ୍କ ମୃତ୍ୟୁ ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁବାର ୩ ଜଣ ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାର ଆଉ ୬ ଜଣ ମୃତ୍ୟୁବରଣ କରିଛନ୍ତି । ପୁଲିସ ଏ ସମ୍ପର୍କରେ ଖବରକୁ ସ୍ବୀକାର କରିଛି । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲାରେ ।

ପ୍ରକାଶମ ଜିଲାରୁ କୁରିଚେଦୁ ଉପଖଣ୍ଡ ମୁଖ୍ୟାଳୟରେ ଘଟିଛି । ଲକ୍ଡ଼ାଉନ ଯୋଗୁଁ ଏହି ସହର ଓ ଏହାର ଆଖପାଖ ଗାଁରେ ମଦ ଦୋକାନ ବନ୍ଦ ରହିଛି । ମାତ୍ର ମଦ ଦୋକାନ ବନ୍ଦ ଯୋଗୁଁ ନିୟମିତ ମଦ୍ୟପାନ କରୁଥିବା ଲୋକମାନେ ବିକଳ୍ପ ଦୃଷ୍ଟିରୁ ସାନିଟାଇଜର ପିଇବା ଆରମ୍ଭ କରିଥିଲେ । ହାତ ପରିଷ୍କାର ନିମନ୍ତେ ବ୍ୟବହାର କରାଯାଉଥିବା ଏହି ସାନିଟାଇଜର ପିଇବା ଯୋଗୁଁ ୨ ଦିନରେ ୯ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏପରିକି ମୃତକଙ୍କ ମଧ୍ୟରେ ୩ ଜଣ ଭିକାରୀ ମଧ୍ୟ ଅଛନ୍ତି ।ଏମାନେ ଏକ ସ୍ଥାନୀୟ ମନ୍ଦିରରେ ଭିକ ମାଗୁଥିଲେ ।

- Advertisement -

ଗୁୁରୁବାର ରାତିରେ ସେମାନଙ୍କ ପେଟରେ ଅଚାନକ ଜଳାପୋଡ଼ା ଅନୁଭବ କରିଥିଲେ ଓ ଚିତ୍କାର କରି ଗଡ଼ିଥିଲେ । ଘଟଣାସ୍ଥଳ​‌ରେ ୨ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ହେଁ ବାଟ​‌ରେ ମୃତ୍ୟୁବରଣ କରିଥିଲେ। ଅନ୍ୟଜଣେ ଯୁବକ ଦେଶୀ ମଦରେ ସାନିଟାଇଜର ମିଶାଇ ପିଇଥିଲେ ଓ ଏହାପରେ ସେ ଘରେ ବୋହୋସ ହୋଇ ଯାଇଥିଲେ । ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଆଉ ୬ ଜଣ ଶୁକ୍ରବାର ତଡ଼କେ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଶ୍ରୀନୁ (୨୫), ତିରୁପତି (୩୭), କାଦିୟମ ରମେୟା (୨୯), ରମେୟା (୬୫), ରାଜି ରେଡ଼ି (୬୫), ବାବୁ (୪୦), ଚାର୍ଲସ (୪୫) , ଅଗଷ୍ଟିନ (୪୭)ଙ୍କୁ ପୁଲିସ ଚିହ୍ନଟ କରିଛି । ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଯେଉଁ ଦୋକାନରୁ ଏହି ଲୋକମାନେ ସାନିଟାଇଜର କିଣିଥିଲେ ସେହି ଦୋକାନର ସବୁ ସାନିଟାଇଜରକୁ ଜବତ କରାଯାଇଛି ଓ ରାସାୟନିକ ପରୀକ୍ଷା ନିମନ୍ତେ ପଠାଯାଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories