www.samajalive.in
Sunday, December 7, 2025
15.1 C
Bhubaneswar

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ  ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳମାନଙ୍କୁ  ବିଭାଗ ପକ୍ଷରୁ ପତ୍ର ଲେଖିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ପାଠ୍ୟକ୍ରମ ପ୍ରସ୍ତୁତ କରି ଇ-ପାଠାଗାର ଓ ବିଭାଗୀୟ ପୋର୍ଟାଲରେ ଅପଲୋଡ଼ ହେବ। ସ୍କୁଲ ଅଧ୍ୟକ୍ଷ ହ୍ବାଟସଆପ୍ ଗ୍ରୁପ କରି ଶିକ୍ଷାଦାନର ଭିଡ଼ିଓ ଅପଲୋଡ଼ କରିବେ। ଏଥି ସହ ସ୍କୁଲ ଅଧ୍ୟକ୍ଷମାନେ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ନମ୍ବର ସଂଗ୍ରହ କରି ହ୍ବାଟସଆପ୍ ଗ୍ରୁପରେ ଯୋଡ଼ିବେ। ଦ୍ବନ୍ଦ୍ୱ ଦୂର ପାଇଁ ସବୁ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଧ୍ୟକ୍ଷ ଫୋନରେ ଯୋଗାଯୋଗର ରହିବେ। ଶିକ୍ଷକମାନେ ପାଠପଢ଼ାର ଦୈନିକ ରିପୋର୍ଟ ସ୍କୁଲ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ। ସେମାନେ ଏହାର ସମୀକ୍ଷା କରି ଜିଲ୍ଲାପାଳମାନଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳଙ୍କ ଜରିଆରେ ଏହା ବିଭାଗ ପାଖକୁ ପଠାଯିବ ଯାହାର ସମୀକ୍ଷା କରି ରେକର୍ଡ ଓ ଗାଇଡାନ୍ସ ପାଇଁ ବ୍ୟବହାର କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories