www.samajalive.in
Tuesday, December 9, 2025
17.1 C
Bhubaneswar

ଲୋୟର ସୁକତଲେ ପ୍ରକଳ୍ପକୁ କରୋନା ମାଡ : ବ୍ୟାଙ୍କରୁ ଟ୍ରେଜେରୀକୁ ଗଲା ୬ଶହ କୋଟି

ବଲାଙ୍ଗୀର : କି ରାଜ୍ୟ, କି ଦେଶ ସମସ୍ତଙ୍କୁ ଲାଗିଛି କରୋନାର ଶକ୍ତ ଧକ୍କା। ରାଜକୋଷ କରୋନା ମୁକାବିଲାରେ ଖାଲି ହୋଇସାରିଛି। ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ତେବେ ଏହି କରୋନା ମାଡରେ ଘାଇଲା ହୋଇଛି ଲୋୟର ସୁକତେଲ ପ୍ରକଳ୍ପ। ପ୍ରଥମରୁ ପାଖାପାଖି ଦୁଇ ବର୍ଷ ହେଲା କାମ ବନ୍ଦ ପଡିଥିଲା। କାମ ଆରମ୍ଭ ପାଇଁ ବୈଠକ, ଆଲୋଚନା ଜାରି ରହିଥିଲା। ତଥାପି ଯେମିତି ସେମିତି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ଚାପ ବୃଦ୍ଧି ହେବାରେ ଲାଗିଥିଲା। ଏମିତିରେ ବର୍ଷ ବର୍ଷ ଗଡିଲେ ପ୍ରକଳ୍ପ ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏମିତିରେ କରୋନା ମୁକାବିଲାରେ ଖର୍ଚ୍ଚକୁ ଆଖିରେ ରଖି ଏହି ପ୍ରକଳ୍ପ ପାଇଁ ବ୍ୟାଙ୍କରେ ପଡିରହିଥିବା ଟଙ୍କା ଟ୍ରେଜେରୀର ସାଧାରଣ ଜମା ଆକାଉଣ୍ଟକୁ ପଳାଇଥିବା ଜଣାପଡିଛି। ଅର୍ଥାତ ଯେବେ କାମ ପାଇଁ ଟଙ୍କା ଦରକାର ହେବ ସେହି ସମୟରେ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର ହେବ। ଏହା କେବଳ କରୋନା ପାଇଁ ହୋଇଥିବା ଆଲୋଚନା ହେଉଛି।

ବଲାଙ୍ଗୀରର ଜୀବନରେଖା ହେଉଛି ଲୋୟର ସୁକତେଲ ପ୍ରକଳ୍ପ। ଏହି ବହୁମୁଖୀ ପ୍ରକଳ୍ପ ଜିଲା ତଥା ସୋନପୁର ଜିଲା ପାଇଁ ବହୁ ଆବଶ୍ୟକ ହୋଇଥିବା ବେଳେ ବାଦ ବିବାଦ ଭିତରେ ଏହାର ଭାଗ୍ୟ ଝୁଲିରହିଛି। ପ୍ରକଳ୍ପର ସ୍ପିଲୱେ କାମ ପାଖାପାଖି ୭୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବା ବେଳେ ମୋଟାମୋଟି ଭାବେ ପ୍ରାୟ ୫୦ ପ୍ରତିଶତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ଏମିତିରେ ଗତ ୨୦୧୮ରେ ପ୍ରକଳ୍ପ କାମ କୁ କିଛି କ୍ଷତିଗ୍ରସ୍ତ ଗ୍ରାମବାସୀ ବନ୍ଦ କରିଦେଇଥିଲେ। କ୍ଷତିପୂରଣ ଟଙ୍କା ପାଇନଥିବା ବିସ୍ଥାପିତ ମାନେ ଏହାକୁ ବିରୋଧ କରୁଥିବା ବେଳେ ସେହି ଦିନ ଠାରୁ ପାଖାପାଖି ଦୁଇ ବର୍ଷ ହେଲା କାମ ବନ୍ଦ ପଡିଛି। ପ୍ରକଳ୍ପ ନିର୍ମାଣ କାମ ଦାୟିତ୍ୱ ନେଇଥିବା ଠିକା କମ୍ପାନୀ ମାନେ ମଧ୍ୟ ଏଥିପାଇଁ ଅନେକ କ୍ଷତି ସହିଥିବା ଜଣାପଡିଛି। ବାରମ୍ବାର ଆଲୋଚନା, ବୈଠକ ପରେ ମଧ୍ୟ ଏହାର ସମାଧାନ ବାହାରି ପାରିନଥିବାରୁ କମ୍ପାନୀ ନିଜ ସାମଗ୍ରୀ ସବୁ ସ୍ଥାନାନ୍ତର କରିସାରିଛି। ଅନ୍ୟପକ୍ଷରେ ଏହି ପ୍ରକଳ୍ପସ୍ଥଳ ଖାଲିପଡିଥିବାରୁ ରଡ, ଲୁହା ଚୋରୀ ହେଉଥିବା ମଧ୍ୟ ଜଣାପଡିଛି।

- Advertisement -

ଫଳରେ ଏହି ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଏବେ ବି ଲାଗିରହିଥିବା ବେଳେ କରୋନା ପାଇଁ ପ୍ରକଳ୍ପକୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ଉପଜିଲାପାଳଙ୍କ ସୂଚନା ଅନୁସାରେ କରୋନା ପାଇଁ ରାଜକୋଷ ଖାଲିହେବାରେ ଲାଗିଛି। ଏହାର ମୁକାବିଳା ପାଇଁ ଉନ୍ନତିମୂଳକ ଯୋଜନା ପାଇଁ ଆସୁଥିବା ଟଙ୍କା ଖର୍ଚ୍ଚ ନହେଲେ ରାଜକୋଷକୁ ଫେରାଇନେବା ପାଇଁ ଚାପ ପଡୁଥିବା ସେ କହିଥିଲେ। ଏଥିରେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଆସିଥିବା ଟଙ୍କା ଉପରେ ସରକାରଙ୍କ ନଜର ରହିଥିବା ସୂଚନା ଦେଇଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ପୂର୍ବତନ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତଙ୍କୁ ପଚାରିବାରୁ ବ୍ୟାଙ୍କରେ ଥିବା ପ୍ରାୟ ୬ଶହ କୋଟି ଟଙ୍କା ଅନ୍ୟ ଜମା ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ସେ କହିଥିଲେ। ବ୍ୟାଙ୍କରେ ଟଙ୍କା ପକାଇ ନରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଟଙ୍କା ଟ୍ରେଜେରୀ ସାଧାରଣ ଜମା ଆକାଉଣ୍ଟରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସରକାରଙ୍କ ଆନ୍ତରିକତା ଥିବା କହୁଥିବା ବେଳେ କାମ ପାଇଁ ଆବଶ୍ୟକ ବହୁ ଗୁଡାଏ ପଦବୀ ଖାଲିରହିଛି। କାମ ବନ୍ଦ ହେବାରୁ ମୁଖ୍ୟଯନ୍ତ୍ରୀ ସମେତ ଅନ୍ୟ କିଛି କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଲି ହୋଇସାରିଛି। ଏହି ପ୍ରକଳ୍ପ ମୁଖ୍ୟ ଦାୟିତ୍ୱ ଲୋୟର ଇନ୍ଦିରା ପ୍ରକଳ୍ପ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଅନେକ ସମସ୍ୟା ଭିତରେ କରୋନା ପ୍ରକଳ୍ପ ଭାଗ୍ୟକୁ ଆହୁରି ଅନ୍ଧାର ଭିତରକୁ ଠେଲି ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories