www.samajalive.in
Monday, December 8, 2025
27.1 C
Bhubaneswar

ପରିବହନ ମନ୍ତ୍ରୀଙ୍କ କରୋନା ସମୀକ୍ଷା, ପ୍ଲାଜମା ଦାନ ପାଇଁ ଆହ୍ୱାନ

ଝାରସୁଗୁଡ଼ା: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଝାରସୁୁଗୁଡ଼ା ଗସ୍ତରେ ଆସି ଜିଲାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ସହ କରୋନା ମୁକ୍ତ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଆହ୍ୱାନ କରିଛନ୍ତି। ଜିଲାରେ କରୋନାରୁ ସଂକ୍ରମଣରୁ ମୁକ୍ତ ହୋଇଥିବା ୧୩ଜଣ ଏବେ ସୁଦ୍ଧା ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିବା ପାଇଁ ରାଜି ହୋଇଥିବା ଜଣାଯାଇଛି। ମନ୍ତ୍ରୀ ଶ୍ରୀ ବେହେରା ଝାରସୁଗୁଡ଼ା ଗସ୍ତ ବେଳେ ସର୍କିଟ ହାଉସ ଠାରେ ଜିଲାପ୍ରଶାସନ ସହିତ ଜିଲାରେ କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଏହାସହିତ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନାରେ ରୋଗୀ ସେବା ଓ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ସରକାରୀ ନିର୍ଦେଶ ମୁତାବକ ସମସ୍ତ ପଦକ୍ଷେପ ନିଆଯାଉଛି ନା ନାହିଁ ପଚାରି ବୁଝିଥିଲେ। ଜିଲାରେ ଗୁୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି କରାଯିବା ସଂକ୍ରାନ୍ତରେ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଜିଲାପାଳ ସରୋଜ ସାମଲ, ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ସିଡିଏମଓ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ ଉପସ୍ଥିତ ଥିଲେ।
ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ସୂଚନା ଦେଇ କହିଛନ୍ତି ଯେ, ଜିଲାରେ ପ୍ଲାଜମା ଥେରାପି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ସୁଦ୍ଧା ଜିଲାରେ ୨୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଶିଶୁ ଓ ବୟସ୍କ ଥିଲେ ହେଁ ୧୬୧ଜଣ ପ୍ଲାଜମା ଦାନ କରିପାରିବେ। ଏଣୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରାଯାଉଛି। ସୂଚନା ଥାଉ କି ପଡ଼ୋଶୀ ସୁନ୍ଦରଗଡ଼ ଜିଲାର ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ସହ ଏଥିରୁ ସମଗ୍ର ପଶ୍ଚିମ ଓଡ଼ିଶାର ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ସରକାର ଘୋଷଣା କରି ସାରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories