www.samajalive.in
Sunday, December 7, 2025
15.1 C
Bhubaneswar

କଟକ ଏସ୍‌ସିବିରେ ୧୮ଜଣଙ୍କଠାରୁ ସଂଗୃହୀତ ହେଲା ୩୬ ୟୁନିଟ୍‌ ପ୍ଲାଜ୍‌ମା

କଟକ: କଟକ ଏସ୍‌ସିବିରେ ୧୮ଜଣଙ୍କଠାରୁ ୩୬ ୟୁନିଟ୍‌ ପ୍ଲାଜ୍‌ମା ସଂଗୃହିତ ହୋଇଛି ଏବେ ସେଥିମଧ୍ୟରୁ ୩୦ ବୋତଲ ପ୍ଲାଜ୍‌ମା ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌କୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜ୍‌ମା ସଂରକ୍ଷିତ ଅଛି, ଆଜି ଆଉ ୨ଜଣ ପ୍ଲାଜ୍‌ମା ଦେବେ ବୋଲି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳିଛି, ଆଗକୁ ପ୍ଲାଜ୍‌ମା ସଂଗ୍ରହ ଜାରି ରହିବ। କଟକ ଏସ୍‌ସିବିରେ ପ୍ଲାଜ୍‌ମା ଦାନ କଲେ ୩ ଜଣ ଅଗ୍ନିଶମ କର୍ମଚାରୀ। କରୋନାକୁ ମାତ୍‌ ଦେବା ପରେ ଏବେ ପ୍ଲାଜ୍‌ମା ଦାନ କଲେ ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଆଇସୋଲେସନ୍‌ ୱାର୍ଡର ଅବ୍ୟବସ୍ଥା ନେଇ ମଧ୍ୟ ମତ ଶ୍ରୀ ମହାରଣା ମତ ରଖିଛନ୍ତି। ସେ କହିଛନ୍ତି ଯେ ଆମେ ଏହାକୁ ଅସ୍ବୀକାର କରୁନାହଁୁ, କିଛି ତ୍ରୁଟି ସାମ୍ନାକୁ ଆସିଛି। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପଦକ୍ଷେପ ନେଇଛୁ। ଏହି ମହାମାରୀବେଳେ ସମସ୍ତଙ୍କୁ ମିଶି କାମ କରିବାକୁ ପଡ଼ିବ। ଏସ୍‌ସିବିର ସୁନାମ ସାରା ଦେଶରେ ରହିଛି, କ୍ଷୁର୍ଣ୍ଣ ହେବାକୁ ଦେବୁନାହିଁ ବୋଲି ଜରୁରୀକାଳନୀ ଅଧିକାରୀ ଭୂବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories