www.samajalive.in
Wednesday, December 10, 2025
18.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ -୨୦୨୧, ଅବଗଣନା ଆରମ୍ଭ

ଟୋକିଓ : କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍‌ସ ଅବଗଣନା ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଟୋକିଓ ଅଲିମ୍ପିକ୍‌ସ ଆରମ୍ଭ ହେବ। ଠିକ୍‌ ଏକବର୍ଷ ପୂର୍ବରୁ ଟୋକିଓ ଅଲିମ୍ପିକ୍‌ସ କାଉନଡାଉନ୍ ଆରମ୍ଭ ହୋଇଥିଲା। ସେତେବେଳେ ଅବଗଣନା ବେଶ ଧୁମ୍‌ଧାମରେ ଆରମ୍ଭ ହୋଇଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦୨୧ ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍‌ସ ଆରମ୍ଭ ହେବ। ଏବେ ଅବଗଣନାର ସେତେଟା ଉତ୍ସାହ ଦେଖିବାକୁ ମିଳିନଥିଲା। ଦର୍ଶକ ଓ ପ୍ରଶଂସକଙ୍କ ଅନୁପସ୍ଥିତିରେ ଗୁରୁବାର ନ୍ୟାସନାଲ ଷ୍ଟାଡ଼ିୟମରେ ୧୫ ମିନିଟ୍‌ର ଏକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଲିମ୍ପିକ୍‌ସ ଉଦ୍‌ଘାଟନ ନେଇ ଛୋଟିଆ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ଗତ ମାର୍ଚ୍ଚରେ ଅଲିମ୍ପିକ୍‌ସ ଜ୍ୟୋତି ଜାପାନରେ ପହଞ୍ଚିଥିଲା। ସେବେଠାରୁ ଏହାକୁ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇନାହିଁ। ପ୍ରତି ୪ ବର୍ଷରେ ଆୟୋଜିତ ହେଉଥିବା ଏହି ମେଗା ଇଭେଣ୍ଟରେ ଆସନ୍ତା ବର୍ଷ ୧୧,୦୦୦ ଆଥ୍‌ଲେଟ୍‌ ୪,୪୦୦ ପାରା ଅଲିମ୍ପିଆନ୍ସ ଅଂଶଗ୍ରହଣ କରିବେ। ଏହି ସଂଖ୍ୟାରେ କୌଣସି ହ୍ରାସ କିମ୍ବା ବୃଦ୍ଧି ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ୪୨ଟି ଭେନ୍ୟୁରେ ବିଭିନ୍ନ ପ୍ରତିଯୋଗିତାରେ ଆଥ୍‌ଲେଟ୍‌ମାନେ ଅଂଶଗ୍ରହଣ କରିବେ। କରୋନା ମହାମାରୀକୁ ନେଇ ଅଲିମ୍ପିକ୍‌ସ ଏକବର୍ଷ ଘୁଞ୍ଚିଥିଲେ ମଧ୍ୟ ୨୦୨୧ରେ ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପରି ସ୍ଥଳେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ଓ ଆୟୋଜକ ବେଶ ଆଶାବାଦୀ ରହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories