www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦ ପଡିଛି ଘର କବାଟ, ମାନସିକ ଚାପରେ କରୋନା ଆକ୍ରାନ୍ତ

ବଲାଙ୍ଗିର: କି ପାପ କରିଥିଲୁ ଯେ କରୋନା ରୋଗରେ ଆକ୍ରାନ୍ତ ହେଲୁ। ପଜିଟିଭ ଚିହ୍ନଟ ହେବା ପରେ ଆମ ନିଜର ବେଶୀ ସମସ୍ୟା ନାହିଁ। ଆମ ପାଇଁ ଦୁଃଖ ଭୋଗୁଛନ୍ତି ପରିବାର ଲୋକ। ଘର କବାଟ ଦିନ ଦିନ ଧରି ବନ୍ଦ ପଡିଛି। ପଡା ସାହିର କେହି କଥା ହେଉଛନ୍ତି ନା ବାହାରକୁ ବାହାରି ପରୁଛୁ। ଏମିତିରେ ଏକ ପ୍ରକାର ସାମାଜିକ ବାସନ୍ଦର ଶୀକାର ହେଉଥିବା ବେଳେ ପରିବାର ଲୋକଙ୍କ ଯାତନା ବୃଦ୍ଧି ପାଇଛି। ସେମାନଙ୍କ କଥା ଚିନ୍ତା କରି କୋଭିଡ ଡାକ୍ତରଖାନାରେ ଥାଇ ମାନସିକ ଚାପ ବୃଦ୍ଧି ପାଉଛି। ଏହା ଜଣେ କି ଦୁଇ ଜଣ ନୁହଁ ବଲାଙ୍ଗିରରେ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରାୟ ସମସ୍ତ ରୋଗୀଙ୍କ କରୁଣ କାହାଣୀ।

ବଲାଙ୍ଗିରରେ କରୋନା ନିଜ କାୟା ମେଲିବାରେ ଲାଗିଛି। ଯଦିଓ ସ୍ଥିତି ସେତିକ ଭୟାନକ ନୁହଁ ତଥାପି ସଂଖ୍ୟା ତିନିଶହ ନିକଟବର୍ତ୍ତି ହୋଇଛି। ଜିଲାରେ ରୋଗୀ ସଂଖ୍ୟା ଉପରେ ନଜର ପକାଇଲେ ଏହାର ଭୟବହତା କମ ରହିଥିବା ଜଣାପଡିଛି। ଗୁରୁବାର ସୁଦ୍ଧା ଜିଲାରେ ୨୯୮ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୫୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ୩୧ ଜଣ ରୋଗୀ ଏବେ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗରେ କେହି ମୃତ୍ୟୁବରଣ କରିନାହାନ୍ତି। ଜିଲା ପାଇଁ ଆଉ ଏକ ଭଳ ଖବର ହେଉଛି କିଛି ଏମିତି ପଜିଟିଭ ରୋଗୀ ରହିଛନ୍ତି ଯେଉଁମାନଙ୍କ ଠାରୁ ରୋଗ ଆଉ କାହାକୁ ବ୍ୟାପିପାରିନାହିଁ। ଲିଖରିଆ, କନ୍ଦାଯୁରୀ, ସାମ୍ବାଦିକ, କରୋନା ଯୋଦ୍ଧା ଏହିଭଳି ଅନେକ ଉଦାହରଣ ରହିଛି ଯେଉଁଠି ରୋଗୀମାନଙ୍କ ଠାରୁ ଆଉ ସଂକ୍ରମଣ ବୃଦ୍ଧି ପାଇନାହିଁ। କିନ୍ତୁ ଏହି ସବୁ ଭିତରେ କରୋନା ରୋଗୀଙ୍କ ପରିବାର ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ଚିହ୍ନଟ ହେବା ପରେ ମେଡିକାଲ ଟିମର ତନାଘନା, ପ୍ରଶାସନର କଟକଣା ଓ କରୋନା ଭୟ ଯୋଗୁ ସଂପୃକ୍ତ ରୋଗୀଙ୍କ ପରିବାର ଲୋକେ ସାମାଜିକ ବାସନ୍ଦର ଶୀକାର ହେଉଛନ୍ତି।

- Advertisement -

ଏକପ୍ରକାର ନିଆପାଣି ବନ୍ଦ ହେଉଥିବା ବେଳେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ପ୍ରଶାସନ ମଧ୍ୟ ଫେଲ ମାରୁଛି। କିଛି ସ୍ଥାନରେ ଅଶାନ୍ତି ପରିବେଶ ମଧ୍ୟ ସୃଷ୍ଟି ହୋଇଛି କିନ୍ତୁ ପୁଲିସ ସୁରକ୍ଷା ଦେବାରେ ବିଫଳ ହୋଇଛି। କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅନେକ ରୋଗୀ ନିଜ ପରିବାର ସୁରକ୍ଷା ଓ ସେମାନଙ୍କ ଚିନ୍ତା ମାନସିକ ଚାପ ବୃଦ୍ଧି କରୁଥିବା ଫୋନରେ ପ୍ରକାଶ କରିଛନ୍ତି। କଟକଣା ଯୋଗୁ ନିଜ ନାମ ଗୋପନ ରଖି ଏହି ଅଭିଯୋଗ ଆଣିଥିବା ବେଳେ ସେମାନେ ଯଦିଓ ସୁସ୍ଥ ରହିଛନ୍ତି କିନ୍ତୁ ତାଙ୍କ ପରିବାର ଲୋକଙ୍କ ଅବସ୍ଥା ଖରାପ ଥିବା କହିଛନ୍ତି।

କରୋନା ଯୋଗୁ ବହୁ ଗୁଜବ, ଛୋଟ କଥାକୁ ବଡ କରିବା, ସଂକ୍ରମଣ ଭୟକୁ ଅତିରଞ୍ଜିତ କରିବା ଯୋଗୁ ଅସଲ କରୋନା ରୋଗୀଙ୍କ ବଦଳରେ ସେମାନଙ୍କ ପରିବାର ଲୋକଙ୍କ ଦୁଃଖ ବୃଦ୍ଧି ପାଉଛି। ଏମିତିରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories