www.samajalive.in
Monday, December 8, 2025
27.1 C
Bhubaneswar

ମଦ ଦୋକାନରୁ ବ୍ୟାପିଲା କରୋନା

ଅନୁଗୋଳ: ଅନୁଗୋଳ ସହରର ଏକ ମଦ ଦୋକାନ ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଏହି ମଦ​‌ ଦୋକାନ ଯୋଗୁ ସହରରେ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି, ଯାହା ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ବଢ଼ାଇ ଦେଇଛି। ପ୍ରଥମେ ଏହି ଦୋକାନର ୩ ଜଣ ସେଲ୍‌ସମ୍ୟାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ଦୋକାନ୍‌ ଲିଙ୍କ୍‌ରୁ ଆଉ ୪ ଜଣ ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ସେଥିରେ ୨ ଜଣ ଅବକାରୀ ବିଭାଗ ଅଧିକାରୀ ରହିଛନ୍ତି। ଅନ୍ୟ ୨ ଜଣଙ୍କ ମଧ୍ୟରେ ମଦ ଦୋକାନ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ ରହିଛନ୍ତି। ଚିନ୍ତାର ବିଷୟ ହେଉଛି ଅବକାରୀ ବିଭାଗର ୨ ଅଧିକାରୀ ବହୁ ଲୋକଙ୍କ ସହିତ ମିଶିଥିବାବେଳେ ଡ୍ରାଇଭର ଏବଂ ତାଙ୍କ ପତ୍ନୀଙ୍କ ଯୋଗୁ ସ୍ଥାନୀୟ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ପ୍ରଶାସନ ଉକ୍ତ ମଦ ଦୋକାନକୁ ସିଲ୍‌ କରିଦେଇଥିବା ସୂଚନା ମିଳିଛି।

ଗତ ୧୯ ତାରିଖରେ ମଦ ଦୋକାନର ୩ ଜଣ ସେଲ୍‌ସମ୍ୟାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାରଣ ସେଲ୍‌ସମ୍ୟାନଙ୍କ ସମ୍ପର୍କରେ ବହୁ ଗ୍ରାହକ ଓ ଅନ୍ୟାନ୍ୟ ଲୋକ ଆସିଥିବେ ନିଶ୍ଚୟ। ତେବେ ଏହା ପରେ ମଦ ଦୋକାନ ଗାଡ଼ି ଚାଳକଙ୍କ ପରିବାରର କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଡ୍ରାଇଭର ଏବଂ ତାଙ୍କ ପତ୍ନୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ସେମାନଙ୍କ ପୁଅ ଓ ଝିଅଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସତ୍ବେ ପୁଅ-ଝିଅଙ୍କୁ ୭ ଦିନିଆ ହୋମ୍‌ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଅନ୍ୟପଟେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅବକାରୀ ବିଭାଗର ୨ ଅଧିକାରୀଙ୍କୁ ନେଇ ଚିନ୍ତାରେ ପଡ଼ିଛି ଜିଲା ପ୍ରଶାସନ। ସେମାନେ ଅନେକ ଅଧିକାରୀ ଏବଂ ଲୋକଙ୍କ ସହିତ ମିଶିଥିବା କୁହାଯାଉଛି। ତେଣୁ ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories