www.samajalive.in
Wednesday, December 10, 2025
18.1 C
Bhubaneswar

ଆଇଟି, ଆଇଟିଇଏସ୍‌ କର୍ମଜୀବୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ଅବଧି ଡିସେମ୍ବର ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ : ଘରେ ରହି କାମ ଜାରି ରଖିବେ ଆଇଟି ଏବଂ ଆଇଟିଇଏସ୍‌ କର୍ମଜୀବୀ ା ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀଙ୍କ ଘରେ ଥାଇ କାମ କରିବା (ୱାର୍କ ଫ୍ରମ୍‌ ହୋମ୍‌) ଅବଧିକୁ ପୁନର୍ବାର ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି ା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଇଟି ଓ ବିପିଓ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀଙ୍କ ପାଇଁ ଏଭଳି ନୂତନ ନିର୍ଦେଶନାମା ଜାରି କରିଛନ୍ତି। ଏହାକୁ ଆଗାମୀ ଡିସେମ୍ବର ୩୧ ଯାଏ ପାଳନ କରିବାକୁ କୁହାଯାଇଛି। ସୂଚନା​‌େ​‌ଯାଗ୍ୟ, ଏହି ଅବଧି ପୂର୍ବରୁ ଚଳିତମାସ ୩୧ରେ ଶେଷ ହେବାକୁ ଯାଉଥିଲା। ଦୂରସଞ୍ଚାର ବିଭାଗ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କରାଯାଇଥିବା ଟୁଇଟ୍‌​‌ରେ କୁହାଯାଇଛି ଯେ, କୋଭିଡ-୧୯ କାରଣରୁ ଆଗାମୀ ଡିସେମ୍ବର ୩୧ ଯାଏ ଆଇଟି କମ୍ପାନୀର କର୍ମଜୀବୀମାନେ ଘରେ ରହି କାମ କରିବେ। ବର୍ତ୍ତମାନ ସମୟରେ ଆଇଟି କମ୍ପାନୀର ୮୫ ପ୍ରତିଶତ କର୍ମଚାରୀ ଘରୁ ଥାଇ କାମ କରୁଛନ୍ତି। ଅତି ଜରୁରୀ ପରିସ୍ଥିତିରେ କାର୍ଯ୍ୟାଳୟକୁ ଆସୁଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories