www.samajalive.in
Sunday, December 7, 2025
15.1 C
Bhubaneswar

୫୦ ହଜାର ଟଙ୍କା ଟପିଲା ସୁନା, ରୁପା କିଲୋ ୬୦ହଜାର ଟଙ୍କା

ବଜାରରେ ବଢ଼ିବାରେ ଲାଗିଛି ସୁନା ଏବଂ ରୁପା ମୂଲ୍ୟ । ଫଳରେ ଦିନକୁ ଦିନ ଘରୋଇ ବଜାରରେ ମହଙ୍ଗା ହେବାରେ ଲାଗିଛି ଏହି ଦୁଇ ମୂଲ୍ୟବାନ ଧାତବ ପଦାର୍ଥ। ମଙ୍ଗଳବାର ପଞ୍ଚାବନ ହଜାର ଉପରକୁ ଥିବା ରୁପା ଦର ଆଜି କିଲୋ ପିଛା ପ୍ରଥମ ଥର ପାଇଁ ​ଷାଠିଏ ହଜାର ଟଙ୍କା ଟପିଛି । ଏହାଛଡା ସୁନା ମୂଲ୍ୟ ପୁଣି ଥରେ ୧୦ ଗ୍ରାମ ପିଛା ପଚାଶ ହଜାର ଟଙ୍କା ଅତିକ୍ରମ କରିଛି ।
ଆଜି ଘରୋଇ ବଜାରରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୪୩୦ ଟଙ୍କା ବୃଦ୍ଧି ଘଟି ୫୦,୯୨୦ ଟଙ୍କାରେ ପହଞ୍ଚିଛି ।  କିଛି ଦିନର ବ୍ୟବଧାନ ପରେ ପୁନର୍ବାର ବୁଧବାର ସୁନା ମୂଲ୍ୟ ୫୦,୦୦୦ ଟଙ୍କା ସ୍ତର ଅତିକ୍ରମ କରିଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋ ପିଛା ୩,୦୭୮ ଟଙ୍କା ବୃଦ୍ଧି ଘଟିଛି । ଏହାଫଳରେ ରୁପା କିଲୋ ପିଛା ଆଜି ୬୦,୪୨୦ ଟଙ୍କା ଅତିକ୍ରମ କରି ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ପ୍ରଥମ ଥର ପାଇଁ ରୁପା ମୂଲ୍ୟ ୬୦,୦୦୦ ଟଙ୍କା ସ୍ତର ଅତିକ୍ରମ କରିଛି।ଏହାଛଡା ନ୍ୟୁୟର୍କଠାରେ ବୁଧବାର ସୁନା ମୂଲ୍ୟ ଆଉନ୍ସ ପିଛା​‌ ୧୮୫୦ ଡଲାର ଛୁଇଁଛି । ୨୦୧୧ ସେପ୍ଟେମ୍ବର ପରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର । ସେହିଭଳି ରୁପା ଆଉନ୍ସ ପିଛା ୨୧.୮୦ ଡଲାରରେ ପହଞ୍ଚିଛି । ୨୦୧୬ ସେପ୍ଟେମ୍ବର ପରେ ରୁପା ମୂଲ୍ୟ ‌େ​କ‌ବେ ବି ଏହି ସ୍ତରକୁ ଯାଇ ନ ଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories