www.samajalive.in
Monday, December 15, 2025
14.1 C
Bhubaneswar

ସ୍ୱଳ୍ପ ବୃଷ୍ଟି: ବିଳମ୍ବିତ ଖରିଫ ଚାଷ, ଚିନ୍ତାରେ ଚାଷୀକୂଳ

ଖିଚିଂ: ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ। କୃଷକ ଭାଇମାନେ ବିଭିନ୍ନ ପ୍ରକାର ଫସଲ କରିଥାନ୍ତି। କିନ୍ତୁ ପ୍ରଧାନ ଫସଲ ହେଉଛି ଧାନ ଚାଷ। ସାଧାରଣତଃ ଚାଷୀଭାଇମାନେ ଅକ୍ଷୟ ତୃତୀୟା ଦିନଠାରୁ ଖରିଫ ଚାଷ ଆରମ୍ଭ କରିଥାନ୍ତି। ବୁଣାବୁଣି, ତଳି ରୁଆ ଆଦି ଜମିରେ ଠିକ ସମୟରେ ବେଉଷଣ କରାଯାଏ। ପାଗ ଅନୁକୂଳ ରହିଲେ ଚାଷ ଭଲ ହୁଏ ବୋଲି ଚାଷୀଗଣ ମତବ୍ୟକ୍ତ କରନ୍ତି। ଚଳିତ ବର୍ଷ ଜୁଲାଇ ମାସ ପର୍ୟ୍ୟନ୍ତ ଆଶାନୁରୂପ ଭାବେ ବର୍ଷା ହୋଇନାହିଁ। ଫଳରେ ଖରିଫ ଚାଷ ବିଳମ୍ବିତ ଘଟୁଛି।

ଜୁଲାଇ ମାସରେ ୬ ତାରିଖ ୬ ମିମି, ୭ ତାରିଖ ୪୨ ମିମି, ୮ ତାରିଖ ୨ ମିମି, ୯ ତାରିଖ ୧୨ ମିମି, ଏବଂ ୨୦ ତାରିଖ ୨ ମିମି ବର୍ଷା ଶୁକୃଳି ବ୍ଲକ ଅଞ୍ଚଳରେ ହୋଇଥିବା ଜଣାପଡିଛି। ଯାହାକି ଖରିଫ ଚାଷ ନିମନ୍ତେ ପର୍ୟ୍ୟାପ୍ତ ନୁହେଁ। ଶୁକୃଳି ବ୍ଲକ ଅଞ୍ଚଳରେ ୧୨,୪୮୯ ହେକ୍ଟର ଚାଷ ରହିଅଛି। କୃଷି ବିଭାଗକୁ ଚଳିତ ବର୍ଷ ୧୨,୨୪୬ ହେକ୍ଟର ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ ରଖାଯାଇଛି। ୧୦,୧୮୦ ଜଳସେଚିତ ଜମି ରହିଥିବା ବେଳେ ୨୩୦୯ ହେକ୍ଟର ଅଣ ଜଳସେଚିତ ଜମି ରହିଅଛି। ଚଳିତ ବର୍ଷ ଜୁଲାଇ ମାସ ୨୨ ତାରିଖ ସୁଧା ୬୮୬୦ ହେକ୍ଟର ଜମି ଧାନ ଚାଷ କରାଯାଇଥିବା ଜଣାପଡିଛି। ଯାହାକି ଧାର୍ୟ୍ୟ ଲକ୍ଷ୍ୟ ଠାରୁ ପ୍ରାୟ ୫୦ ପ୍ରତିଶତ ହେବ। ସ୍ୱଳ୍ପ ବୃଷ୍ଟି ଯୋଗୁ ଖରିଫ ଚାଷ କାର୍ୟ୍ୟରେ ବାଧାପ୍ରାପ୍ତ ହେଉଛି। ସରକାରୀସ୍ତରରେ ଚାଷୀଭାଇ ମାନଙ୍କୁ ଖରିଫ ଚାଷ ନିମନ୍ତେ ପ୍ରେତ୍ସାହନ ଦିଆଯାଉଛି। କିନ୍ତୁ ବର୍ଷା ସବୁ ବିଗାଡି ଦେଇଛି। ଚାଷୀକୂଳ ଅଳପ ବର୍ଷାକୁ ଦୃଷ୍ଟିରେ ରଖି ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି। ଆସନ୍ତା ଦିନ ମାନଙ୍କରେ ଯଦି ବର୍ଷା ନହୁଏ ଚାଷୀଭାଇ ମାନଙ୍କର ଆର୍ଥିକ ମାନଦଣ୍ଡ ଭୁଶୁଡି ଯିବା ଆଶଙ୍କା ରହୁଛି। ଚାଷ ହୁଡିଲେ ବରଷେ ବୋଲି କହି ମ୍ରିୟମାଣ ହୋଇ ପଡିଛନ୍ତି ଚାଷୀଭାଇମାନେ। ଚାଷୀଭାଇ ମାନେ ବ୍ୟାଙ୍କ, ଲ୍ୟାମ୍ପସ୍‍ରୁ କରଜ କରି ଚାଷ କାର୍ୟ୍ୟରେ ଅଗ୍ରସର ହେଉଥିବା ବେଳେ ଅଳପ ବର୍ଷା ବାଧକ ସାଜିଛି। ଚାଷୀଭାଇମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories