www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତରକୁ ନେଇ ଉତ୍ତେଜନା

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ହରିପୁର ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ଗୁରତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ବାଲେଶ୍ୱର ଜିଲା ଝିଙ୍କିରିଆ ନିକଟ ତଳ ସିଂଗାରପୁର ଗ୍ରାମର ଶରତ ମାଝୀ(୩୪)। ସେ ଶ୍ୱଶୁର ଘରକୁ ଆସିଥିବାବେଳେ ବାଲି ନେବାକୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେବା ସହ ଟ୍ରାକ୍ଟର ଚକଟି ଆହତଙ୍କ ଗୋଡ଼ ଉପରେ ମାଡ଼ିଯାଇଥିଲା। ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଗୁରୁତର ହୋଇଥିଲେ। ଘଟଣା ପ୍ରଚାରିତ ହେବା ପରେ ଗ୍ରାମବାସୀ ଟ୍ରାକ୍ଟରଟିକୁ ଅଟକ ରଖି କ୍ଷତିପୂରଣ ଦାବିରେ ବଡ଼କେରକୋ-ହରିପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‍ ସେଠାରେ ପହଞ୍ଚିବା ବେଳେକୁ ଉତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଅଟକ ରଖି ଗାଳିଗୁଲଜ କରିଥିଲେ। ପୁଲିସ୍‍ ଦୁର୍ଘଟଣା ଭିଆଇଥିବା ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିବା ପୂର୍ବରୁ ଲୋକମାନେ ଚକରୁ ପମ୍ପ ଖୋଲି ଦେଇଥିଲେ। ପରେ ଥାନାଧିକାରୀ ଜୟନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିବା ସହ ଏକ ଦୁର୍ଘଟଣା ମାମଲା ରୁଜୁ କରି ଆହତଙ୍କୁ ବାରିପଦା ଡ଼ାକ୍ତରଖାନାକୁ ପଠାଇଥିଲେ। ଟ୍ରାକ୍ଟର ମାଲିକ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ଚାଳକ କାଉଚି ଗ୍ରାମର ଗୁରୁଭା ବିନ୍ଧାଣୀ(୩୩)ଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ସଟଡ଼ାଉନ ସମୟରେ ସାମାଜିକ ଦୂରତ୍ୱ ଭଙ୍ଗ କରି ସଂଘବଦ୍ଧ ଭାବେ ତୁମୁଳକାଣ୍ଡ ଭିଆଇଥିବା କେତେକ ଅମାନିଆଙ୍କ ନାମରେ ପୁଲିସ୍‍ ଅନ୍ୟ ଏକ ମାମଲା ରୁଜୁ କରିବା ସହିତ ଗ୍ରାମର ଜଣେ ଯୁବକକୁ ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories