www.samajalive.in
Sunday, December 7, 2025
16.1 C
Bhubaneswar

ମାନବ ଚାଲାଣ ଅଭିଯୋଗ, ୨ ଯୁବତୀ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ଟାଉନ ଥାନା ପୁଲିସ ମାନବ ଚାଲାଣ ଅଭିଯୋଗରେ ୨ ଜଣ ଯୁବତୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ଅଲାପକାର ସରିତା ରାୟ ଓ ଲାଢିବେର୍ଣ୍ଣାର ସୁସ୍ମିତା ଖେସ୍‍। ଅଭିଯୁକ୍ତାମାନେ ଗତ ୨୦ ତାରିଖ ଅପରାହ୍ନରେ ୭ ଜଣଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଧରା ପଡିଥିଲେ। ଚାଲାଣ ହେଉଥିବା ସଂପୃକ୍ତ ୭ ଜଣଙ୍କ ମଧ୍ୟରେ ୨ ଜଣ ନାବାଳିକା ଓ ଜଣେ ନାବାଳକଙ୍କ ସମେତ ୩ ଜଣ ଯୁବତୀ ଓ ଜଣେ ଯୁବକ ମଧ୍ୟ ରହିଥିଲେ।

ସ୍ୱେଚ୍ଛାସେବୀ ସଂସ୍ଥା ପ୍ରଗତିର ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ଏତଲା କ୍ରମେ ଏ ନେଇ ପୁଲିସ ମାମଲା ଋଜୁ କରି ଘଟଣାର ଛାନଭିନ ଚଲାଇ ଥିଲା। ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ତତ୍ୱାବଧାନରେ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରି ସଂପୃକ୍ତ ୨ଯୁବତୀଙ୍କ ଠାରୁ ବହୁ ତଥ୍ୟ ହାସଲ କରିବା ପରେ ତାଙ୍କୁ ଗିରଫ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories