www.samajalive.in
Tuesday, December 9, 2025
17.1 C
Bhubaneswar

ସତ୍ୟନଗର ଶ୍ମଶାନରେ ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ତଥା ୧୯୭୬ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର ସତ୍ୟନଗର ଶ୍ମଶାନରେ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ତାଙ୍କର ମରଶରୀର ମୁମ୍ବାଇରୁ ଆସି ପହଞ୍ଚିଥିଲା ଏବଂ ଏହାପରେ ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ଭୁବନେଶ୍ବର କ୍ଲବରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାତି ପ୍ରାୟ ୮.୩୦ ବେଳକୁ ସତ୍ୟନଗର ଶ୍ମଶାନ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।

- Advertisement -

ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ, ଅନନ୍ତ ନାରାୟଣ ଜେନା,  ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତ,  ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ଇଷ୍ଟର୍ଣ୍ଣ ମିଡ଼ିଆର ବରିଷ୍ଠ ଅଧିକାରୀ ମୋନିକା ନାୟର ପଟ୍ଟନାୟକ, ବରିଷ୍ଠ ଆଇଏଏସ୍ ଉପେନ୍ଦ୍ରନାଥ ବେହେରା, ଆଇଏଏସ୍ ବିଷ୍ଣୁପଦ ସେଠୀ, ବରିଷ୍ଠ ସାମ୍ବାଦିକ ଶ୍ରୀମୟ କର, ଗୃହ ସଚିବ ସଞ୍ଜୀବ ଚୋପ୍ରା, ଓସିଏ ସଭାପତି ସଞ୍ଜୟ ବେହେରା, ଧାମରା ପୋର୍ଟ ମୁଖ୍ୟ ସନ୍ତୋଷ ମହାପାତ୍ର, ଜ୍ୟୋତିମୋଟର୍ସ ସିଇଓ ଲୁଲିଆ ପଟ୍ଟନାୟକ ଓ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କିଛିଦିନ ଧର ଯକୃତ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଥିଲେ ଓ ୨୧ ତାରିଖରେ ତାଙ୍କର ପରେଲାକ ଘଟିଥିଲା । ଅବସର ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ପଦରେ ଅଧିଷ୍ଠିତ ହୋଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories