www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ଇରାନ ସମ୍ପର୍କରେ ଫାଟ ନିମନ୍ତେ ଷଡ଼ଯନ୍ତ୍ର: ଚାବାହର ପ୍ରକଳ୍ପରୁ ଭାରତକୁ ବାଦ ଖବରକୁ ଅସ୍ବୀକାର କଲା ଇରାନ

ଇରାନର ଚାବାହାର ରେଳ ପ୍ରକଳ୍ପରୁ ଭାରତକୁ ବାଦ ଦିଆଯାଇ ନାହିଁ । ଏ ସମ୍ପର୍କରେ ଲୋକଙ୍କ ମନରେ ଏକ ଭୁଲ ଧାରଣା ପ୍ରବେଶ କରାଯାଉଛି । କିଛି ଦେଶ ଓ କିଛି ଗଣମାଧ୍ୟମ ଭାରତ-ଇରାନ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଇରାନ ପକ୍ଷରୁ କୁହାଯାଇଛି । ଚାବାହର ବନ୍ଦରକୁ ଜାହଦାନ ସହର ସହିତ ସଂଯୋଗ କରିବା ପାଇଁ ରେଳ ଲାଇନ ନିର୍ମାଣ ପାଇଁ ଭାରତ-ଇରାନ ମଧ୍ୟରେ ବୁଝାମଣା ହୋଇଛି। ଏହି ରେଳପଥ ମାଧ୍ୟମରେ ଭାରତ ଇରାନ ସହାୟତାରେ ଆଫଗାନିସ୍ତାନ ସମେତ କେନ୍ଦ୍ର ଏସିଆରେ ଅବସ୍ଥିତି ଦେଶରେ ପହଞ୍ଚିବାକୁ ଯୋଜନା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ଇରାନ ଗସ୍ତ କରିଥିଲେ ଓ ଏହି ଅବସରରେ ଭାରତ-ଇରାନ-ଆଫଗାନୀସ୍ଥାନ ମଧ୍ୟରେ ଚାବାହାର ବନ୍ଦର ନିର୍ମାଣ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

- Advertisement -

ଗତ କିଛିଦିନ ହେଲା ଇରାନ ଭାରତଠାରୁ ଦୂରେଇ ଚୀନର ନିକଟତର ହେଉଥିବା କିଛି ଖବର ଦେଶ ବିଦେଶ ଗଣମାଧ୍ୟମରେ ପ୍ରକାଶ ପାଇଛି । ମାତ୍ର ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଉଲ୍ଲେଖ କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଇରାନ ସରକାର ନିମନ୍ତ୍ରଣ କରିଛନ୍ତି । ଇରାନ ସରକାରଙ୍କ ଉପମନ୍ତ୍ରୀ ସୟଦ ରସୋଲି ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ଚାବାହାର-ଜାହଦାନ ରେଳ ପ୍ରକଳ୍ପର ଅଗ୍ରଗତି, ସହଯୋଗ ବୃଦ୍ଧି ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି ।

ଏନେଇ ମନ୍ତ୍ରୀ ରସୋଲି କହିଛନ୍ତି ଚାବାହାର-ଜାହଦାନ ରେଳ ପ୍ରକଳ୍ପରୁ ଭାରତକୁ ବାଦ ଦିଆଯିବା ଖବରରେ କୌଣସି ସତ୍ୟତା ନାହିଁ। କେତେକ ବାହ୍ୟ ଶକ୍ତି ଏପରି ମିଥ୍ୟା ଖବର ପ୍ରସାର କରି ଦୁଇ ଦେଶ ମଧ୍ୟରେ ଦୂରତା ବଢାଇବାକୁ ଚେଷ୍ଟା କରିଛନ୍ତି। ହେଲ ସେମାନଙ୍କ ଚାଲିଥିବା ଏହି ଷଡଯନ୍ତ୍ର କେବେ ହେଲେ ସଫଳ ହେବ ନାହିଁ । ବର୍ତ୍ତମାନ ଇରାନ ଏ ମାମଲାରେ ଥିବା ଗୁଜବକୁ ଦୂର କରିବା ଲାଗି ଇରାନ ପକ୍ଷରୁ ଉଦ୍ୟମ କରାଯିବା ସହ ଭାରତ ସହ ଆଲୋଚନା କରିବା ଲାଗି ବୁଝାମଣା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories