www.samajalive.in
Sunday, December 7, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ କେବିକେ ଓ କନ୍ଧମାଳବାସୀଙ୍କୁ ସାବତ ପୁଅ ପରି ଦେଖିବା ଛାଡନ୍ତୁ : ଭକ୍ତ ଦାସ

ଭବାନୀପାଟଣା :  କେବିକେ ଅଧିନରେ ଥିବା କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା ଜିଲା ସହିତ କନ୍ଧମାଳ ଜିଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହିସବୁ ଜିଲାର ମୁଖ୍ୟ ଚିକିତ୍ସାଳୟ ସହିତ ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନାରେ ୧୬୯୪ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଓ ଅନ୍ୟାନ୍ୟ ଡାକ୍ତର ରହିବା ସ୍ଥଳେ ଅଛନ୍ତି ମାତ୍ର ୮୬୬। ବର୍ଷ ବର୍ଷ ଧରି ଖାଲିପଡିଛି ୮୨୮। ମୁଖ୍ୟମନ୍ତ୍ରୀ ଏହି ଖାଲି ଡାକ୍ତର ପଦବୀ ପୂରଣ କରି ଏହି ଜିଲାବାସୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଜିଲା ଗଞ୍ଜାମରେ କରୋନା ମହାମାରୀକୁ ରୋକିବା ଓ ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହେବା ପରେ ଗଞ୍ଜାମ ବାସୀଙ୍କ ରାଜ୍ୟ ସରକାରଙ୍କ ପ୍ରତି ଦେଖାଦେଇଥିବା କ୍ରୋଧରୁ ରକ୍ଷା ପାଇବା ପାଇଁ ରାଜ୍ୟର ୩୦ ଟି ଜିଲାରୁ ଭାଗ ଭାଗ କରି ଡାକ୍ତର ଗଞ୍ଜାମକୁ ନ ପଠାଇ କେବଳ କେବିକେ ଅଧିନରେଥିବା ଉପରୋକ୍ତ ଜିଲାରୁ ଚଞ୍ଚକତା କରି ଏକଶହ ଡାକ୍ତରଙ୍କୁ ଗଞ୍ଜାମ କୋଭିଡ୍‍ ମୁକାବିଲା ପାଇଁ ପଠାଇବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ଏହି କେବିକେ ଜିଲା ମାନଙ୍କରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କରୋନାର ତାଣ୍ଡବ ଖେଳୁଥିବା ବେଳେ ଅନ୍ୟପଟେ ବର୍ଷା ମାସରେ ମ୍ୟାଲେରିଆ, ଡାଇରିଆ, ଝାଡାବାନ୍ତି ଓ ଅନ୍ୟାନ୍ୟ ରୋଗ ସଂକ୍ରମିତ ହେଉଛି। ସେଥିରୁ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପରିବର୍ତ୍ତେ ଏହି କେବିକେ ଜିଲାରୁ ଡାକ୍ତର, ଟେକ୍‍ନିସିଏନ୍‍ ଆଦିକୁ ଗଞ୍ଜାମ ପଠାଇ ମୁଖ୍ୟମନ୍ତ୍ରୀ ଜିଲାବାସୀଙ୍କ ତାଙ୍କର ସାବତ ପୁଅ ପରି ଦେଖୁଥିବା ପ୍ରମାଣ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ।

ମୁଖ୍ୟମନ୍ତ୍ରୀଙ୍କ ଏପରି ବୈମାତୃକ ମନୋଭାବ ଆଞ୍ଚଳିକ ବୈଷମ୍ୟ ଭେଦଭାବକୁ ସିଧାସଳକ ପ୍ରୋତ୍ସାହନା ଦେବା ଅତ୍ୟନ୍ତ ଦୁଃଖଦାୟକ। କେବିକେ ଜିଲ୍ଲାମାନଙ୍କରୁ ଗଞ୍ଜାମ ପଠାଯାଇଥିବା ଡାକ୍ତର, ଫାମାସିଷ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ଫେରାଇନ ଆଣିଲେ ଅଗଷ୍ଟ ୧ ତାରିଖ ଠାରୁ ଏହିସବୁ ଜିଲ୍ଲାର ହକ୍‍ ଓ ସ୍ୱାଭିମାନ ପାଇଁ ରାଜରାସ୍ତାକୁ ଓହ୍ଲାଇ ତିବ୍ର ଆନ୍ଦୋଳନ କରିବ। ଏହି ଆନ୍ଦୋଳନ ଏତେ ତିବ୍ର ହେବ ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଦୋହଲି ଯିବ ବୋଲି ଗତ ୧୮ ତାରିଖ ସଂଧ୍ୟାରେ ଭବାନୀପାଟଣାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଖୋଲାଖୋଲି ଭାବେ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

- Advertisement -

ଗତକାଲି ସଂଧ୍ୟାରେ ଭବାନୀପାଟଣାସ୍ଥିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ବାସ ଭବନରେ କୋଭିଡ୍‍-୧୯ ନିୟମକୁ ପାଳନ କରି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ସମେତ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଖରିଆର କଂଗ୍ରେସ ବିଧାକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର ଜାଣିଶୁଣି ଗଞ୍ଜାମ ଜିଲାରେ କରୋନା ଭୟଙ୍କର ରୂପନେବାରେ ସୁଯୋଗ ସୃଷ୍ଟି କରିଛନ୍ତି। ପ୍ରଥମରୁ ଯଦି ରାଜ୍ୟ ସରକାର ଗଞ୍ଜାମ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି କରୋନା ମହାମାରୀକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିଥାନ୍ତେ ଆଜି ଏପରି ସମସ୍ୟା ସୃଷ୍ଟି ହୋଇନଥାନ୍ତା। ରାଜ୍ୟ ସରକାର ଭଲ ଭାବରେ ଜାଣିଥିଲେ ଗଞ୍ଜାମକୁ ଅଧିକ ରାଜ୍ୟ ବାହାରେ ପ୍ରବାସୀ ଆସିବେ। ସେମାନଙ୍କ ଥଇଥାନ ଓ ସୁରକ୍ଷା ଏବଂ ପ୍ରତିଷେଧକ ପ୍ରତି ସେତେଟା ଗୁରୁତ୍ୱ ଦେଇନଥିଲେ। ଯାହାର ପରିଣାମ ଗଞ୍ଜାମବାସୀଙ୍କୁ ଆଜି ଭୋଗିବାକୁ ପଡୁଛି। ଏପରିକି ମୁଖ୍ୟମନ୍ତ୍ରୀ ନିଜ ଦଳର ବିଧାୟକ ଓ ସାଂସଦ ମାନଙ୍କୁ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ଅନୁମତୀ ଦେଲେ ନାହିଁ। ଏଥିପାଇଁ ସଂପୂର୍ଣ୍ଣ ରାଜ୍ୟ ସରକାର ହିଁ ଦାୟୀ।

ଯେତେବେଳେ ଗଞ୍ଜାମର ପରିସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଓ ଗଞ୍ଜାମ ବାସୀଙ୍କ ମନରେ ରାଜ୍ୟ ସରକାରଙ୍କ ପ୍ରତି ଅସନ୍ତୋଷର ନିଆଁ କୁହୁଳୁଥିବା ଜାଣିପାରି ତାକୁ ଉପସମ କରିବା ପାଇଁ ଓଡିଶାର ୩୦ ଟି ଜିଲା ମଧ୍ୟ ୨୧ ଟି ଜିଲାକୁ ଛାଡି କେବଳ କେବିକେର ୮ ଟି ଜିଲାରୁ ଓ କନ୍ଧମାଳ ଜିଲାବାସୀଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଷ୍ଟି ନଦେଇ ମୁଖ୍ୟମନ୍ତ୍ରୀ ଏହି ୯ ଟି ଜିଲାରୁ ଏକଶହ ଡାକ୍ତର ଓ ଅନ୍ୟାନ୍ୟ ମେଡିକାଲ କର୍ମଚାରୀଙ୍କୁ ରାତିଅଧିଆ କୋଭିଡ୍‍ ମୁକାବିଲା ପାଇଁ ଗଞ୍ଜାମ ଜିଲାକୁ ନେବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ରାଜ୍ୟ ସରକାର ଚାହିଁଥିଲେ ଓଡିଶାର ପ୍ରତି ଜିଲାରୁ ୪-୫ ଜଣ ଡାକ୍ତରଙ୍କୁ ନେଇ ଗଞ୍ଜାମ ପରିସ୍ଥିତିର ମୁକାବିଲା କରିପାରିଥାନ୍ତେ। କିନ୍ତୁ ତାହା କରିନାହାନ୍ତି।

ଏହି କେବିକେ ଜିଲ୍ଲାରେ ୧୬୯୪ ଟି ବିଭିନ୍ନ ବିଭାଗରେ ବିଶେଷଜ୍ଞ ଓ ଅନ୍ୟାନ୍ୟ ଡାକ୍ତର ରହିବା ସ୍ଥଳେ ଅଛନ୍ତି ମାତ୍ର ୮୬୬ ଏବଂ ୮୨୮ ବର୍ଷ ବର୍ଷ ଧରି ଖାଲିପଡିଛି। ପ୍ରାୟ ଅଧା ଡାକ୍ତରରେ ଏହି ୬ ଟି ଜିଲ୍ଲାବାସୀ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ସେଥିରୁ ପୁଣି କନ୍ଧମାଳରୁ ୧୮, ନବରଙ୍ଗପୁରରୁ ୧୯, ବଲାଙ୍ଗିରରୁ ୨୦, ମାଲକାନଗିରିରୁ ୭, କୋରାପୁଟ ରୁ ୧୯ ଏବଂ କଳାହାଣ୍ଡିରୁ ୧୭ ଏପରି ମୋଟ ୧୦୦ ଡାକ୍ତର ଗଞ୍ଜାମ ନେଇ ଜିବା ଫଳରେ ଏହିସବୁ ଜିଲ୍ଲାର କରୋନା ସ୍ଥିତିରେ ଆହୁରି ବିପର୍ଯ୍ୟସ୍ତ ହୋଇପଡିବ। ଏହିସବୁ ଜିଲ୍ଲାର ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ କରୋନା ଅଧିକ ବ୍ୟାପୁଛି। କାଳବିଳମ୍ବ ନ କରି ତୁରନ୍ତ ଏହିସବୁ ଡାକ୍ତରଙ୍କୁ ନିଜସ୍ଥାନକୁ ଫେରାଇ ନଆଣିଲେ ଅଗଷ୍ଟ ୧ ତାରିଖରୁ ବାଧ୍ୟ ହୋଇ ଏହିସବୁ ଜିଲାରେ ଭୟାବହ ଆନ୍ଦୋଳନ ମୁଣ୍ଡ ଟେକିବ। କାରଣ ଏହିସବୁ ଜିଲା ଆଦିବାସୀ ବହୁଳ ଜିଲା ଅଟେ। ଏହିସବୁ ଜିଲାରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଠିକ୍‍ ଭାବେ କୋଭିଡ୍‍ ପରୀକ୍ଷା କରାଯାଉନାହିଁ। ଏପରିକି ମୁଖ୍ୟମନ୍ତ୍ରୀ ଲଗାତାର ଭାବେ ଏହି ଜିଲାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଦେଖିବା ସହିତ ଏହିସବୁ ଜିଲା ମୁଖ୍ୟମନ୍ତ୍ରୀଙ୍କ ସାବତ ପୁଅପରି ଦେଖି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହିସବୁ ଜିଲାବାସୀଙ୍କ ମନରେ ଆଞ୍ଚଳିକ ବୈଷମ୍ୟତା ଭେଦଭାବ ସୃଷ୍ଟି କରିବା ସହିତ ପ୍ରୋତ୍ସାହନା ଦେଉଛନ୍ତି। ରାଜ୍ୟ ସରକାର ଓଡିଶାରେ କୋଭିଡ୍‍ ନିୟନ୍ତ୍ରଣରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଜିଲାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି। ନିଜର ଓ ନିଜ ସରକାରର ଭୁଲ କୁ ଲୁଚାଇବା ପାଇଁ ପୁଣି କେବିକେ ଜିଲାବାସୀଙ୍କ ବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories