www.samajalive.in
Monday, December 8, 2025
27.1 C
Bhubaneswar

ମୋଦୀଙ୍କ ଭୁଲ ନୀତି ଚୀନର ସାହସ ବଢ଼ାଇଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଭୁଶୁଡ଼ୁଥିବାବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭିଡିଓ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଶୁକ୍ରବାର ସେ ଏକ ଭିଡିଓ ମୁକ୍ତିଲାଭ କରାଇଛନ୍ତି; ଯେଉଁଥିରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି। ଗତ ୬ ବର୍ଷ ଧରି ମୋଦୀଙ୍କ ନେତୃତ୍ବ କିପରି ଦେଶର ମୌଳିକତାକୁ ଦୁର୍ବଳ କରିଦେଇଛନ୍ତି ଏବଂ ଏହା ଚୀନକୁ ଭାରତ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଖୋରାକ ଯୋଗାଇଛି ତାହା ସେ ଏଥିରେ ବର୍ଣ୍ଣନା କରିଛନ୍ତି।


ମୋଦୀଙ୍କ ବିଦେଶ ନୀତିର କେତେକ ଭୁଲ୍‌ ଦିଗକୁ ସେ ନିଜ ବକ୍ତବ୍ୟରେ ଉପସ୍ଥାପନ କରି କହିଛନ୍ତି ଯେ ତାଙ୍କର ଫମ୍ପା ଭାଷଣ ଓ ମିଛ କଥା ଦେଶକୁ ବିପଦ ମୁହଁକୁ ଠେଲି ଦେଇଛି। ବିଦେଶନୀତିରେ ଭୁଲ ଯୋଗୁଁ ନେପାଳ, ଶ୍ରୀଲଙ୍କା, ଭୁଟାନ ଭଳି ପଡ଼ୋଶୀଙ୍କ ସହିତ ସମ୍ପର୍କ ଖରାପ ହୋଇଛି। ଆମେରିକା ଓ ରୁଷ୍‌ ସହିତ ସମ୍ପର୍କ କେବଳ ବ୍ୟବସାୟ ଆଧାରିତ ହୋଇଛି। ଦୁର୍ବଳ ଆର୍ଥିକ ନୀତି ଯୋଗୁଁ ଦେଶର ପ୍ରତି କ୍ଷେତ୍ରରେ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଏଭଳି ଆର୍ଥିକ ସ୍ଥିତି ଦେଖାଯାଇ ନ ଥିଲା। ଭ୍ରମାତ୍ମକ ବିଦେଶ ନୀତି, ବିଫଳ ଆର୍ଥିକ ପରିଚାଳନା ଓ ସମସ୍ୟା ବିଜଡ଼ିତ ପଡ଼ୋଶୀ ସମ୍ପର୍କକୁ ସୁଧାରିବା ଦରକାର ବୋଲି ରାହୁଲ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories