www.samajalive.in
Monday, December 8, 2025
27.1 C
Bhubaneswar

କରୋନା ସଂକ୍ରମଣର ହଟସ୍ପଟ ୪ ଜିଲା ଓ ରାଉରକେଲା ଲକଡ଼ାଉନ ; କଡ଼ାକଡ଼ି ଭାବେ ନିୟମ ପାଳନ

ଭୁବନେଶ୍ୱର : କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସହ ବୃଦ୍ଧି ପାଉଥିବାରୁ ଏହି କଟକଣା କଡ଼ାକଡ଼ି ଭାବେ  ପାଳନ କରାଯାଉଛି। ଏହି ସମସ୍ତ ସହରର ବିଭିନ୍ନ ଛକ ମାନଙ୍କରେ ପୁଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଙ୍ଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ଯାଏଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ହଟସ୍ପଟ ପାଲଟିଥିବା ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ସକାଳୁ ଖୋଲା ହୋଇଛି।
ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ , କାର୍ୟ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ।କ୍ଷୀର, ପରିବା, ତେଜରାତି ଦୋକାନ, ଆଦି ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ।
ଏହାସହ ଏହି ୪ଟି ଜିଲାରେ ସପ୍ତାହନ୍ତ ସଟଡ଼ାଉନ ନିୟମ ଲାଗୁ ହେବ ନାହିଁ। ମାତ୍ର ଅନ୍ୟ ସମସ୍ତ ଜିଲା ସପ୍ତାହାନ୍ତ ସଟଡ଼ାଉନ ଲାଗୁ ହେବ। ତେବେ କଟକ ଓ ଭୁବନେଶ୍ୱର ଭିତରକୁ ଜରୁରୀ କାରଣ ନଥିଲେ କୌଣସି ଗାଡ଼ି ଛଡ଼ାଯିବ ନାହିଁ। ଏହି ୧୪ ଦିନ ମଧ୍ୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ଯେଉଁମାନେ ଏହି କଟକଣାକୁ ଉଲ୍ଲଂଙ୍ଘନ କରିବେ ଆଇନ ଅନୁଯାୟୀ ସେମାନଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories