www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ବାଭିବିକ ସ୍ଥିତି ଫେରିନାହିଁ, ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ: ପୁଲିସ କମିଶନର

ଭୁବନେଶ୍ବର: ରାଜ୍ୟର ୪ ଜିଲା ଓ ରାଉରକେଲା ମହାନଗର ଆଜି ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ। ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲା ସହିତ ରାଉରକେଲା ମହାନଗରନିଗମ ଲକ୍‌ଡାଉନ୍‌ କରାଯିବ। ତେବେ ପୂର୍ବଠାରୁ ଏ ଲକ୍‌ଡାଉନ୍‌ ଟିକିଏ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ। ସ୍ବାଭିବିକ ସ୍ଥିତି ଫେରିନାହିଁ, ସମସ୍ତଙ୍କ ସତର୍କ ହେବାକୁ ପଡ଼ିବ। ଘର ପାଖ ଦୋକାନରୁ ଜିନିଷ କିଣନ୍ତୁ, ବାହାରକୁ ଯାଆନ୍ତୁ ନାହିଁ। ଅମାନିଆ ଲୋକ ବାଇକ୍‌ ନେଇ ଜିନିଷ କିଣିବାକୁ ଗଲେ, ସେମାନଙ୍କ ବାଇକ ଜବତ ହେବ ବୋଲି ଆଜି ଲକ୍‌ଡାଉନ୍‌ କଟକଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସପ୍ତାହନ୍ତ ସଟ୍‌ଡାଉନ୍‌ ଏହି ୫ଟି ସ୍ଥାନରୁ ଉଠିଯିବ। ମେଡ଼ିକାଲ୍‌ ଷ୍ଟାଫ୍‌ ଓ ଗଣମାଧ୍ୟମ ପ୍ରତିନିଧି ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ। ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। ସପ୍ତାହର ସବୁଦିନ ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ। କେବଳ ଗ୍ରୋସୋରୀ, ପରିବା ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲିବ ବୋଲି ପୁଲିସ କମିଶନର ପ୍ରକାଶ କରିଛନ୍ତି।
ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଆବଶ୍ୟକ ନ ଥିଲେ, ଘର ବାହାରକୁ ବାହାରନ୍ତୁ ନାହିଁ। ପ୍ରଶାସନକୁ ସହଯୋଗ କରନ୍ତୁ। ଆଇନ ଉଲ୍ଲଙ୍ଘନ କଲେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସପ୍ତାହନ୍ତ ସଟ୍‌ଡାଉନ୍‌ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲା ସହିତ ରାଉରକେଲା ମହାନଗରନିଗମ ଏହି ପାଞ୍ଚଟି ସ୍ଥାନରୁ ଉଠିଯିବ। ସପ୍ତାହର ସବୁଦିନ ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ। କେବଳ ଗ୍ରୋସରୀ, ପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଖୋଲିବ। ଘର ପାଖ ଦୋକାନରୁ କିଣନ୍ତୁ ବାହାରକୁ ଯାଆନ୍ତୁ ନାହିଁ। ଅମାନିଆ ଲୋକ ବାଇକ୍‌ ନେଇ କିଣିବାକୁ ଗଲେ ବାଇକ୍ ଜବତ ହେବ। ମେଡ଼ିକାଲ୍‌ ଷ୍ଟାଫ୍‌ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। ଔଷଧ ଦୋକାନ କର୍ମଚାରୀ ଟ୍ରେଡ୍‌ ଲାଇସେନ୍ସ ଦେଖାଇ ଯାଇପାରିବେ। ଗ୍ରୋସରୀ ଓ ପରିବା ଦୋକାନୀଙ୍କ ଯିବାଆସିବା ପାଇଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ହୋଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପରିଚୟପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବାକୁ ପଡ଼ିବ। କେହି ଗଣମାଧ୍ୟମର ମିଛି ପରିଚୟପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବ ନାହିଁ। ବ୍ୟାଙ୍କ କର୍ମଚାରୀଙ୍କୁ ନିଜ ପରିଚୟପତ୍ର ଓ କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବାକୁ ହେବ। ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟପତ୍ର ବ୍ୟବହାର କରନ୍ତୁ ନାହିଁ। ଆଇଟି ସଂସ୍ଥା ୧୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ୍ ଡାକିପାରିବେ। ସରକାରୀ କର୍ମଚାରୀ ନିଜ ପରିଚୟପତ୍ର ବ୍ୟବହାର କରିପାରିବେ। ବିଭାଗୀୟ ମୁଖ୍ୟଙ୍କ ଚିଠି ମଧ୍ୟ ଦେଖାଇବେ ସରକାରୀ କର୍ମଚାରୀ। ବାହାଘର ଓ ଶୁଦ୍ଧକ୍ରିୟା ପାଇଁ ଥାନାରୁ ଅନୁମତି ଆଣିବା ଜରୁରୀ। ବାହାଘର ଏବଂ ଶୁଦ୍ଧକାର୍ଯ୍ୟ ବ୍ୟତୀତ କୌଣସି ସାମାଜିକ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ। ଏୟାର୍‌ପୋର୍ଟ, ରେଳ ଷ୍ଟେସନ୍‌ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିପାରିବ।
ଏହି ୧୪ ଦିନିଆ ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ ଅନ୍ୟ କୌଣସି ଜିଲାର ଲୋକମାନେ ପ୍ରବେଶ କରିବେ ନାହିଁ। ଏହି ଅବଧି ମଧ୍ୟରେ ରାଉରକେଲା ଓ ଅନ୍ୟ ୪ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବା ଯୋଗାଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ , ଆମ୍ବୁଲାନ୍ସ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା, ଇ-କମର୍ସ, ହୋମ୍ ଡେଲିଭରି, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories