www.samajalive.in
Sunday, December 7, 2025
16.1 C
Bhubaneswar

ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ସୁରଜେୱାଲା

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି। ଏହାର ପ୍ରମାଣ ମିଳିସାରିଛି ବୋଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଗୁରୁବାର ରାତିରେ ୨ଟି ଅଡିଓ ଟେପ୍‌ ସାମ୍ନାକୁ ଆସିଛି। ଏଥିରେ କଂଗ୍ରେସ ନେତା ଭମ୍ବର ଲାଲ ଶର୍ମା ଏବଂ ବିଜେପି ନେତା ସଞ୍ଜୟ ଜୈନଙ୍କ ବାର୍ତ୍ତାଳାପ ରହିଛି। ବାର୍ତ୍ତାଳାପରେ ଭମ୍ବର ଲାଲ କହୁଛନ୍ତି ଟଙ୍କା ପରିମାଣ ଛିଣ୍ଡି ଯାଇଛି। ଏହାର ଉତ୍ତରରେ ସଞ୍ଜୟ କହୁଛନ୍ତି ଯେ, ହଁ ସାହାବଙ୍କୁ କହିଦେଇଛି। ରାଜସ୍ଥାନ ସରକାର ଏବଂ ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ଏ ନେଇ ଏତଲା ରୁଜୁ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରୁଛି। କାରଣ ସରକାର ଭାଙ୍ଗିବା ପଛରେ ବିଜେପିର ଷଡ଼ଯନ୍ତ୍ର ନେଇ ବହୁତ ପ୍ରମାଣ ମିଳିସାରିଛି ବୋଲି ସୁରଜେୱାଲା କହିଛନ୍ତି।

ସେହିପରି ସୁରଜେୱାଲା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ ଏସଓଜି ଦ୍ବାରା ଏତଲା ରୁଜୁ କରି ଅଡିଓ ଟେପ୍‌ର ଯାଞ୍ଚ କରିବାକୁ କହିଛନ୍ତି। ଯଦି ଶେଖାୱତ ତଦନ୍ତକୁ ପ୍ରଭାବିତ କରିବାର ସନ୍ଦେହ ରହିଛି, ତେବେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରି ତାଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। କଂଗ୍ରେସ ନେତା ଭମ୍ବର ଲାଲ ଏବଂ ବିଜେପି ନେତା ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ବିଧାୟକମାନଙ୍କୁ ଲାଞ୍ଚ ଦେବା ଲାଗି କିଏ କଳାଧନର ବ୍ୟବସ୍ଥା କରିଛି ଏବଂ କାହାକୁ ଲାଞ୍ଚ ଦିଆଯାଇଛି ତାହାର ବି ତଦନ୍ତ ହେଉ ବୋଲି ସୁରଜେୱାଲା ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories